Justice Manas Ranjan Pathak transferred to Odisha High Court Photograph: (sambad.in)
ନୂଆଦିଲ୍ଲୀ/କଟକ: ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ’ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିଶ କରିଥିଲେ। ସୋମବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତାଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜଷ୍ଟିସ୍ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀ ଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍.ଏଲ୍.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ।
ଅଧିକ ପଢ଼ନ୍ତୁ:ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ
ସେ ଗୌହାଟୀ ହାଇକୋର୍ଟ ଓ ଆସାମ ସରକାରଙ୍କ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନସିଲ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
୨୦୦୪ରୁ ବିଭାଜନ ପର୍ଯ୍ୟନ୍ତ ସେ ତ୍ରିପୁରା ରାଜ୍ୟର ଷ୍ଟାଣ୍ଡିଂ କାଉନସିଲ୍ରେ ଥିଲେ। ସେ ଆସାମ ଲ' କମିସନ୍ର ସଦସ୍ୟ ଓ ଇଣ୍ଡିଆନ୍ ଲ' ଇନଷ୍ଟିଚ୍ୟୁଟ୍ର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୩, ମେ’ ୨୨ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୧୨ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ।
ଅଧିକ ପଢ଼ନ୍ତୁ:ବାଲେଶ୍ବର ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି
Odisha High Court
Follow Us