ସୁପ୍ରିମକୋର୍ଟ କଲେଜିୟମର ସୁପାରିସ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍

Advertisment
ସୁପ୍ରିମକୋର୍ଟ କଲେଜିୟମର ସୁପାରିସ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍

Meghalay Times

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ନିଯୁକ୍ତି ଲାଗି ସୁପ୍ରିମକୋର୍ଟ କଲେଜିୟମ୍ ସଂପ୍ରତି ମେଘାଳୟ ହାଇକୋର୍ଟରେ ମୁଖ୍ୟବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ମହମ୍ମଦ ରଫିକଙ୍କ ନାମ ସୁପାରିସ କରିଛନ୍ତି।

ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏଥିସହ କଲେଜିୟମ୍ ବମ୍ବେ ଏବଂ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ପଦବିରେ ନିଯୁକ୍ତି ଲାଗି ମଧ୍ୟ ନାମ ସୁପାରିସ କରିଛନ୍ତି।

ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ୨୦୧୯ ନଭେମ୍ବର ୧୩ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe