ଜଷ୍ଟିସ୍‌ ଏମ୍.ଏମ୍‌.ଦାସ କମିସନ : କୋଲକାତା ଓୟାର ଇଣ୍ଡଷ୍ଟ୍ରିଜ୍‌ର ୩୩ ହଜାର ୮ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ

ଜଷ୍ଟିସ୍‌ ଏମ୍.ଏମ୍‌.ଦାସ କମିସନ : କୋଲକାତା ଓୟାର ଇଣ୍ଡଷ୍ଟ୍ରିଜ୍‌ର ୩୩ ହଜାର ୮ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ

Odisha Sun Times

କଟକ : ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ କୋଲକାତା ଓୟା‌ର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବିରୋଧରେ ଥିବା ଦୁଇଟି ତଦନ୍ତ ମାମଲାର ଶୁଣାଣି କରି ମୋଟ ୩୩ ହଜାର ୮ଶହ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଷଷ୍ଠ ପର୍ଯ୍ୟାୟରେ ଏହି ସଂସ୍ଥାକୁ ୨୪୬୦୨ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍ ନୋଟିସ୍ ଜାରି କରିଥିଲେ। ଏହା ପରେ କମିସନ୍ ୯ ହଜାର ୧୯୮ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କୋଲକାତା ଓୟା‌ର ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ସାନି ନୋଟିସ୍ ଜାରି କରିଥିଲେ। କିନ୍ତୁ ଦୁଇଟି ମାମଲାର ଶୁଣାଣି ସମୟରେ ସଂସ୍ଥାର କୌଣସି ପଦାଧିକାରୀ କିମ୍ବା ପ୍ରତିନିଧି କମିସନଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକରୀଙ୍କ ସତ୍ୟପାଠରେ ଥିବା ତଥ୍ୟ ଆଧାରରେ କମିସନ୍ କୋଲକାତା ଓୟା‌ର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୩୩ ହଜାର ୮ଶହ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଏହି ଜମାକରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯିବ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାସନାଲ ଲିମିଟେଡ୍ ସଂସ୍ଥାର ୮୬୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ଏହି ସଂସ୍ଥାର ଏମଡି ପ୍ରଭାକର ମହାପାତ୍ର, ନିର୍ଦ୍ଦେଶକ ମାଧବ ଚନ୍ଦ୍ର ସାହୁ ଓ କୃଷ୍ଣଚନ୍ଦ୍ର ବଳଙ୍କୁ କମିସନ୍ ନୋଟିସ୍ ଜାରି କରିଥିଲେ। କିନ୍ତୁ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥାର କେହି ହାଜର ହୋଇ ନଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮, ଫେବ୍ରୁଆରି ୧୨ରେ କମିସନ୍ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ସରକାରଙ୍କୁ ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୧୭ ହଜାର ୬୭୭ ପୃଷ୍ଠାର ଏହି ରିପୋର୍ଟରେ ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାର ଚିହ୍ନଟ କରାଯାଇଥିବା ୧ ଲକ୍ଷ ୪୩ ହଜାର ୪୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe