ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ : ଆଦର୍ଶ ମଲ୍ଟିପରପୋଜ ଗ୍ରୁପ୍‌ର ୨୩୭୭ କ୍ଷୁଦ୍ର ଜମାକାରୀ ଚିହ୍ନଟ

Advertisment
ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ : ଆଦର୍ଶ ମଲ୍ଟିପରପୋଜ ଗ୍ରୁପ୍‌ର ୨୩୭୭ କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରେ ଅର୍ଥଲଗାଣକାରୀ ସଂସ୍ଥା ଆଦର୍ଶ ମଲ୍ଟିପରପୋଜ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜର ମୁଖ୍ୟ ହାଜର ହୋଇ ନାହାନ୍ତି। ନୋଟିସ୍‌ ପାଇବା ସତ୍ୱେ ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ରାଉତ କିମ୍ବା ତାଙ୍କ ପ୍ରତିନିଧି ଆଜି ତଦନ୍ତ ମାମଲାର ଶୁଣାଣି ସମୟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ କମିସନ୍‌ ଏହି ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ୨ ହଜାର ୩୭୭ ଜଣ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏ ସଂପର୍କରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଉଲ୍ଲେଖ କରାଯିବ ବୋଲି କମିସନ୍‌ଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ ଆଦର୍ଶ ମଲ୍ଟିପରପୋଜ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ରାଉତଙ୍କୁ ୨୦୧୮, ଜାନୁଆରି ୩୧ରେ କମିସନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ୨ ହଜାର ୩୭୭ ଜଣ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ମାର୍ଚ୍ଚ ୭ରେ ହାଜର ପକ୍ଷ ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତିନି ଥର ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ଘୁଞ୍ଚିଥିଲେ ମଧ୍ୟ ସଂସ୍ଥା ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଜମାକାରୀଙ୍କ ସତ୍ୟପାଠ ଆଧାରରେ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ କମିସନ୍‌ ଚିିହ୍ନଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe