ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସ୍‌ କମିସନ୍‌ : ଆଜି ଦାଖଲ ହେବ ପଞ୍ଚମ ଅନ୍ତରୀଣ ରିପୋର୍ଟ!

୧୧ ଜମାକାରୀ ଜରିମାନା ଅର୍ଥ ସହିତ ଫେରି ପାଇଲେ ଜମାରାଶି

କଟକ : ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍‌ ଆଜି ସରକାରଙ୍କୁ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ପଞ୍ଚମ ପର୍ଯ୍ୟାୟର ସତ୍ୟପାଠ ଯାଞ୍ଚ ପରେ କମିସନ ଏହି ରିପୋର୍ଟ ପ୍ରଦାନ କରିବେ। କମିସନଙ୍କ ପକ୍ଷରୁ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ ସରିଥିବା ବେଳେ ଗୃହ ସଚିବଙ୍କୁ ଏହା କମିସନଙ୍କ ସଚିବ ଭୁବନେଶ୍ୱରଠାରେ ପ୍ରଦାନ କରିବେ ବୋଲି ଜଣା ପଡିଛି।

ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କୁ କମିସନଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ରାଜ୍ୟ ଭିିତର ଓ ବାହାରେ ମୋଟ ୪୮୬ଟି ଅର୍ଥ ଲାଗଣକାରୀ ସଂସ୍ଥାକୁ ଏହି ପର୍ଯ୍ୟାୟରେ ନୋଟିସ୍‌ ଜାରି କରାଯାଇଥିଲା। ଏହି ପର୍ଯ୍ୟାୟରେ ସିସୋର ଗ୍ରୁପର ୭ ହଜାର ୭୩୪ ଜଣ, ଅର୍ଥତତ୍ତ୍ୱ ଗ୍ରୁପର ୨ହଜାର ୩୬୫ ଜଣ, ଆସ୍ଥା ଇଣ୍ଟରନ୍ୟାସନାଲର ୨ ହଜାର ୯୬୫ ଜଣ, ନବଜ୍ୟୋତି ରିୟଲିଟି ଇଣ୍ଡିଆ ଲିମିଟେଡ୍‌ର ୬ ହଜାର ୧୫୮ଜଣ, ସେଡିଲ ଡେଭେଲପମେଣ୍ଟ ଇଣ୍ଡିଆର ୨ ହଜାର ୪୩୪ ଜଣ, ପ୍ରୟାଗ ଆକ୍‌ନୋଲୋଜ୍‌ମେଣ୍ଟ ସଂସ୍ଥାର ୨ ହଜାର ୩୫୧ ଜଣ, ସେଲ୍ଟର ଆଗ୍ରୋଟେକ୍‌ ଲିମିଟେଡର ୧ ହାଜର ୨୨୯ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥି ସହିତ ଆଉ ଅଢେଇ ଶହରୁ ଅଧିକ ଅର୍ଥ ଲଗାଣକାରୀ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ୨୦୧୮, ଜାନୁଆରି ୧୮ର କମିସନ ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe