ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଚିଟ୍‌ଫଣ୍ଡ କମିସନ୍‌ : ୧.୩୬ ଲକ୍ଷ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପରାମର୍ଶ

Advertisment
ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ : ବଡ଼ ଜମାକାରୀଙ୍କ ତଦନ୍ତ ଆରମ୍ଭ

Odisha Sun Times

କଟକ : ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ ଆଜି ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ଦ୍‌ ଲଫାପାରେ ଏହି ଅନ୍ତରୀଣ ରିପୋର୍ଟ କମିସନଙ୍କ ସଚିବ ଦେବରାଜ ରାଉତ ଗୃହ ବିଭାଗକୁ ପ୍ରଦାନ କରିଛନ୍ତି। ୧୬ ହଜାର ୯୫୭ ପୃଷ୍ଠାର ଏହି ରିପୋର୍ଟରେ ବିଭିନ୍ନ ଅର୍ଥ ଲଗାଣକାରୀ ସ˚ସ୍ଥାର ଚିହ୍ନଟ ହୋଇଥିବା ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯାଇଛି। ଏଥିମଧୢରେ କୋଲକାତା ଓୟାର ଇଣ୍ଡଷ୍ଟ୍ରିଜର ୩୩ ହଜାର ୮୦୦, ବାସିଲ ଇଣ୍ଟରନ୍ୟାସନାଲର ୧୯ ହଜାର ୮୯୨, ଗ୍ରିନ୍ ରେ ଇଣ୍ଟରନ୍ୟାସନାଲର ୮ ହଜାର ୯୦୪, ରୋଜ୍‌ଭ୍ୟାଲି ଗ୍ରୁପର ୮୮୮୪ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ସଂକ୍ରାନ୍ତରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିବା ଜଣାଯାଇଛି। ବିଭିନ୍ନ ଚିଟ୍‌ଫଣ୍ତ୍‌ ସ˚ସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସ˚ଗରେ ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିବା ବେଳେ ସରକାର ଗଠନ କରିଥିବା କର୍ପସ ଫଣ୍ତରୁ ଚିହ୍ନଟ କରାଯାଇଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ ସେ ସ˚ପର୍କରେ ସ୍ବତନ୍ତ୍ର ଭାବେ ପରାମର୍ଶ ପ୍ରଦାନ କରାଯାଇଛି।

ସପ୍ତମ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଭିତରେ ୨୧୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ଟଙ୍କା ଫେରିପାଇଥିବା ଜଣା ପଡ଼ିଛି। ଏ ପର୍ଯ୍ୟନ୍ତ କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବାବେଳେ ମୋଟ ୧ ହଜାର ୯୩୧ ଜଣ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କମିସନଙ୍କ ନିକଟରେ ଦାଖଲ ସତ୍ୟପାଠ ଆଧାରରେ ସପ୍ତମ ପର୍ଯ୍ୟାୟରେ ୪୨୧ଟି ଅର୍ଥ ଲଗାଣକାରୀ ସ˚ସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଆଜି ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ ପରେ ଜଷ୍ଟିସ ମଦନ ମୋହନ ଦାସ କହିଛନ୍ତି ଯେ ଏହି ସପ୍ତମ ଅନ୍ତରୀଣ ରିପୋର୍ଟ ୨୦୧୯, ଜାନୁଆରି ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ଉପରେ ଆଧାର କରି ପ୍ରଦାନ କରାଯାଇଛି। ଚିହ୍ନଟ କରାଯାଇଥିବା ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ କର୍ପସ ଫଣ୍ଡରୁ ଟଙ୍କା ଦେବା ପାଇଁ ଅନୁ‌େମାଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସପ୍ତମ ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ କମିସନ୍‌ ବିଭିନ୍ନ ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍‌ ଜାରି କରିଥିଲେ। ନୋଟିସ୍‌ ଜାରି କରାଯାଇଥିବା ସ˚ସ୍ଥା ମଧୢରୁ ଅଧିକା˚ଶ ହାଜର ହୋଇ ନ ଥିଲେ। ତଦନ୍ତ ପ୍ରକ୍ରିୟାରେ କମ୍ପାନିଗୁଡ଼ିକର ପଦାଧିକାରୀ ସହଯୋଗ କରି ନ ଥିଲେ। କିଛି ସ˚ସ୍ଥା ପାଖକୁ ନୋଟିସ ଯାଇ ଫେରିଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯେଉଁ ଠିକଣା ଦେଇଥିଲେ ସେଠାରେ ସେହି ସ˚ସ୍ଥାର ଅଫିସ ନ ଥିବା ଡାକ ବିଭାଗ ସୂଚନା ଦେଇଥିଲା। ଏପରି ପରିସ୍ଥିତିରେ ଖବରକାଗଜ ଜରିଆରେ ନୋଟିସ୍‌ ଜାରି କରାଯାଇଥିଲା।

ସୂଚନାଯୋଗ୍ୟ ଯେ ୨୦୧୯, ଫେବ୍ରୁଆରି ୧୨ରେ କମିସନ୍ ଷଷ୍ଠ ଅନ୍ତରୀଣ ରିପୋର୍ଟରେ ୧ ଲକ୍ଷ ୪୩ ହଜାର ୪୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧୢରେ ଦାଖଲ କରାଯାଇଥିବା ସତ୍ୟପାଠ ମଧୢରୁ ୨୬୯୭୬ଟି ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ କମିସନ ୨୦୧୬, ମେ’ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧୢରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ କରି କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ବିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ୨୦୧୮, ଜାନୁଆରି ୧୮ର ଚତୁର୍ଥ ଅନ୍ତରୀଣ ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସ˚ସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯାଇଥିଲା। ୨୯୦ଟି ଅର୍ଥ ଲଗାଣକାରୀ ସ˚ସ୍ଥାର ଚିହ୍ନଟ କରାଯାଇଥିବା ୧ ଲକ୍ଷ ୧ ହଜାର ୮୫୦ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ୨୦୧୮, ଜୁଲାଇ ୧୩ରେ କମିସନ୍ ପଞ୍ଚମ ରିପୋର୍ଟ ଦେଇଥିଲେ। ଏବେ କମିସନ ତ୍ରୁଟିପୂର୍ଣ୍ଣ ସତ୍ୟପାଠଗୁଡ଼ିକ ଯାଞ୍ଚ କରୁଥିବା ବେଳେ ନିକଟରେ ଦାଖଲ ହୋଇଥିବା ୭ ଲକ୍ଷ ସତ୍ୟପାଠ ଡିଜିଟାଇଜେସନ୍ ପରେ ପର୍ଯ୍ୟାୟକ୍ରମେ ଯାଞ୍ଚ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe