ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ରଘୁବୀର ଦାଶ

Advertisment
ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ରଘୁବୀର ଦାଶ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାଶଙ୍କୁ ଆଜି ରାଜ୍ୟ ସରକାର ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି। ଓଡିଶା ହାଇକୋର୍ଟରେ ଜଷ୍ଟିସ ଦାଶ ବିଚାରପତି ଭାବେ କାମ କରି ଅବସର ନେଇଥିଲେ। ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଥିବା ଜଷ୍ଟିସ ବୀରକିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖରୁ ଶେଷ ହୋଇଯାଇଥିଲା। ଏ ଯାଏଁ ଖାଲି ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟ ପଦ ପଡ଼ିଥିଲା। ତେବେ ଉଭୟ ପଦବୀକୁ ଶୀଘ୍ର ପୂରଣ କରିବା ଲାଗି ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ନାମ ତାଲିକା ପ୍ରଦାନ କରାଯାଇଥିଲା। ରବିବାର ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ଜଷ୍ଟିସ ରଘୁବୀର ଦାଶ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe