ରାଜ୍ୟ ମାନବାଧିକାର କମିସନ ସଦସ୍ୟ ଭାବେ ଜଷ୍ଟିସ ରଘୁବୀର ଦାଶଙ୍କ ନିଯୁକ୍ତି

Advertisment
ରାଜ୍ୟ ମାନବାଧିକାର କମିସନ ସଦସ୍ୟ ଭାବେ ଜଷ୍ଟିସ ରଘୁବୀର ଦାଶଙ୍କ ନିଯୁକ୍ତି

କଟକ : ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟ ମାନବାଧିକାର କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳଙ୍କ ପକ୍ଷରୁ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିବା ସଂପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଜଷ୍ଟିସ ଦାଶ ୨୦୧୬, ଫେବ୍ରୁଆରି ୧୩ରେ ଓଡ଼ିଶା ହାଇକୋର୍ଟର ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ। ଏହାପୂର୍ବରୁ, ୧୯୮୦ରେ ସେ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସରେ ଯୋଗ ଦେଇଥିଲେ। ଫୁଲବାଣୀ ଓ ଗଞ୍ଜାମ-ଗଜପତିରେ ଜିଲ୍ଲା ଓ ଦୌରାଜଜ୍‌ ଭାବେ କାର୍ଯ୍ୟ କରିବା ସହିତ ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲ ସଦସ୍ୟ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏଥିସହିତ ସେ ଇଣ୍ତଷ୍ଟ୍ରିଆଲ୍‌ ଟ୍ରିବ୍ୟୁନ‌ାଲ ବିଚାରପତି ଭାବେ ମଧୢ କାର୍ଯ୍ୟ କରିଥିଲେ। ୨୦୧୩ ମସିହାରେ ଜଷ୍ଟିସ ଦାଶ ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଂଗରେ ତଦନ୍ତ ପାଇଁ ସରକାର ଜଷ୍ଟିସ ଦାଶଙ୍କୁ ବିଚାରବିଭାଗୀୟ ତଦନ୍ତ କମିସନର ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe