ଜଷ୍ଟିସ ରଘୁବୀର ଦାଶ କମିସନ୍‌ : ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ୧୫ରେ ହେବ ଯୁକ୍ତି ଉପସ୍ଥାପନା

Advertisment
ଜଷ୍ଟିସ ରଘୁବୀର ଦାଶ କମିସନ୍‌ : ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ୧୫ରେ ହେବ ଯୁକ୍ତି ଉପସ୍ଥାପନା

କଟକ : ଜଷ୍ଟିସ ରଘୁବୀର ଦାଶ କମିସନଙ୍କ ନିକଟରେ ଶ୍ରୀମନ୍ଦିର ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ଆସନ୍ତା ୧୫ ତାରିଖରେ ଯୁକ୍ତି ଉପସ୍ଥାପନ ହେବ। ଆଜି ଯୁକ୍ତି ଉପସ୍ଥାପନ ପାଇଁ ସରକାରୀ ଓକିଲ ଅଧିକ ସମୟ ଲୋଡିଥିଲେ। ଅନ୍ୟପକ୍ଷରେ କଟକ ସର୍କିଟ ହାଉସଠାରେ କମିସନଙ୍କ ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେହି ହାଜର ହୋଇନଥିଲେ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ପୂର୍ବତନ ପ୍ରଶାସକ କାଳୀ କୁମାର ରଥ ଓ ରବିନ୍ଦ୍ର ନାରାୟଣ ମିଶ୍ର କମିସନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ରତ୍ନ ଭଣ୍ତାର ଚାବି କେଉଁଠାରେ ରହୁଥିଲା ଓ ଏ ସ˚ପର୍କିତ ନିୟମ ସ˚ପର୍କରେ ଉଭୟ ବୟାନରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। କମିସନଙ୍କ ନିକଟରେ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ଆଇନ ବିଭାଗ ସଚିବ, ପୁରୀ ଟ୍ରେଜେରୀ ଅଫିସର ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠରେ ରହିଥିବା ତଥ୍ୟ ଗୁଡିକୁ ତର୍ଜମା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe