ଜଷ୍ଟିସ୍ ବିଶ୍ବଜିତ ମହାନ୍ତିଙ୍କ ଝାରସୁଗୁଡ଼ା ଗସ୍ତ  

Justice Vaswajit Mohanty's visit to Jharsuguda

ଜଷ୍ଟିସ୍ ବିଶ୍ବଜିତ ମହାନ୍ତିଙ୍କ ଝାରସୁଗୁଡ଼ା ଗସ୍ତ  

ଝାରସୁଗୁଡ଼ା: ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ବଜିତ ମହାନ୍ତି ଶୁକ୍ରବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ଜିଲ୍ଲା ଓ ସେସନ ଜଜ୍‌ କୋର୍ଟ ପରିଦର୍ଶନ କରିଥିଲେ। ପରେ ଜଷ୍ଟିସ ମହାନ୍ତି ଜିଲ୍ଲା ବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ବିଚାର ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ସଭାପତି ତ୍ରିନାଥ ଗୁଆଲ, ସଂପାଦକ ତୁଳସୀ ଦାଶ ତଥା ବହୁ ବରିଷ୍ଠ ସଦସ୍ୟ ବାର ପରିସରରେ ଜଷ୍ଟିସ ମହାନ୍ତିଙ୍କ ସ୍ବାଗତ କରିବା ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ସେସନ ଜଜ୍‌ ତଥା ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe