ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଝିଆରିର ନଗ୍ନ ଫଟୋ ଉଠାଇ ବିବାହ କରିବାକୁ ବ୍ଲାକମେଲ୍, ରସିକିଆ ପିଉସା ଗିରଫ

Image Courtesy of Zee News

ଗୋଲାମୁଣ୍ତା: ୧୩ ବର୍ଷର ଜଣେ ନାବାଳିକାକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ ଅଭିଯୋଗରେ କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ଥାନା ପୁଲିସ୍ ଚିଚିଆ ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାମତେ, ଗୋଲାମୁଣ୍ତା ଥାନା ଚିଚିଆ ଗ୍ରାମର ମୁକେଶ ଅଘରିଆ (୨୨) ସେହି ଥାନାଞ୍ଚଳର ଜଣେ ୧୩ ବର୍ଷର ନାବାଳିକାକୁ ପ୍ରଥମେ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା।

ଏନେଇ ଝିଅ ଘର ଲୋକେ ବହୁ ଖୋଜାଖୋଜି କରି ନପାଇବାରୁ ଶେଷରେ ଗୋଲାମୁଣ୍ତା ଥାନାରେ ଏତଲା ଦେଇଥିଲେ। ଏନେଇ ଗୋଲାମୁଣ୍ତା ଆଇଆଇସି ଯୁଗଳ ଶବର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଯୁବକର ମୋବାଇଲ ଟ୍ରାକିଂ କରି ରାୟଗଡ଼ାରୁ ତାକୁ କାବୁ କରାଯାଇଥିଲା। ପରେ ଅଭିଯୁକ୍ତ ମୁକେଶକୁ କୋର୍ଟଚାଲାଣ କରାଯାଇଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକାର ବୟାନ ରେକର୍ଡ କରାଯାଇ ଶିଶୁ କଲ୍ୟାଣ କମିଟିରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe