ନାବାଳିକା ଅପହରଣ ମାମଲା, ୫ ସହଯୋଗୀ ଅଟକ

Advertisment
ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଭଇରାଲ୍‌, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

Image Courtesy of India Today

ବାଲିଅନ୍ତା:ବାଳକାଟି ଫାଣ୍ଡି ଅଧୀନ ସାଇଫନ ଛକ ନିକଟରେ ଥିବା ଏକ ଇଟାଭାଟିରୁ ଜଣେ ୨୩ ବର୍ଷୀୟ ନାବାଳିକା ଅପହୃତ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଅପହରଣ ସଂପର୍କରେ ତାଙ୍କ ବାପା କେଉଁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳର ବିଶ୍ବନାଥ ସିଂହ ଉକ୍ତ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବିଶ୍ବନାଥଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ନାବାଳିକା  ଅପହରଣ ମାମଲାକୁ ଏହା ମଧ୍ୟରେ ୩ଦିନ ବିତିଗଲାଣି, ହେଲେ ପୁଲିସ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରି ନାହିଁ।

ଏହାର ପ୍ରତିବାଦରେ ଆଜି ସଂଧ୍ୟାରେ ଇଟାଭାଟି ଶ୍ରମିକ ଫାଣ୍ଡିରେ ଦୀର୍ଘ ସମୟ ଧରି ଡେରା ପକାଇଥିଲେ।  ନାବାଳିଙ୍କୁ ଉଦ୍ଧାର କରିବା ପାଇଁ ଦାବି କରିଥିଲେ। ଅନ୍ୟପକ୍ଷରେ ଅଭିଯୋଗ ଆଧାରରେ ନାବାଳିକାଙ୍କୁ ଅପହରଣ  କରାଇବା କ୍ଷେତ୍ରରେ ସହଯୋଗ କରିଥିବା ୫ ଜଣ ଯୁବକଙ୍କୁ ପୁଲିସ ଫାଣ୍ଡିକୁ ଆଣି ପଚରାଉଚରା କରୁଛି। ସୂଚନା ଅନୁସାରେ ଜଣେ ବିବାହିତ ଯୁବକ ଗତ ଶନିବାର ସଂଧ୍ୟାରେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ପୁଲିସ ଯୁବକଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe