ନାବାଳିକା ଅପହରଣ, ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍

Advertisment
‘ବାଟା’ ପାଇଁ ହଟହଟା ପ୍ରସଙ୍ଗ: ଖର୍ଚ୍ଚ ବୃଦ୍ଧିରେ ଅସହାୟ ପୁଲିସ ବିଭାଗ!

International Adviser

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣିକରି କଟକ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସକଲୋନି ଅଞ୍ଚଳର ପତି ଓରଫ ପତିତ ବେ‌ହେରା(୫୧)କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ‌ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ପୋକ୍‌ସୋ ଆଇନର ଧାରା ୬, ୮ ସହିତ ଆଇପିସିର ଦଫା ୩୬୩, ୩୭୬ (ଏବି), ୩୫୪, ୩୫୪-ବିରେ ପତିତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଟଙ୍କ‌ା ନ ଦେଲେ, ଆସାମୀକୁ ଅଧିକ ୪ମାସ ଜେଲ୍‌ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଅଦାଲତ କହିଛନ୍ତି। ଏହି ଘଟଣାରେ ଗିରଫ ହେବାପରେ ପତିତକୁ ଜାମିନ ମିଳିଥିଲା। ୨୦୧୯ରୁ ଜାମିନରେ ଥିବା ପତିତକୁ ଅବଶିଷ୍ଟ ଦଣ୍ଡ ଭୋଗ କରିବାକୁ ଜେଲ୍‌କୁ ପଠାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ନେଇ ୨୦୧୯, ମେ ୨୦ରେ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଥିଲେ। ଢେଙ୍କାନାଳ ଭୁବନ ଅଞ୍ଚଳର ମୂଳ ବାସିନ୍ଦା ପତିତ ମଙ୍ଗଳାବାଗ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲା। ପୀଡ଼ିତାଙ୍କ ପରିବାର ଓ ପତିତ ପଡ଼ୋଶୀ ଭାବେ ରହୁଥିଲେ। ୨୦୧୯, ମେ ୧୯ ତାରିଖ ଦିନ ପୀଡ଼ିତାଙ୍କ ବାପା ଘରୁ ବାହାରକୁ ଯାଇଥିଲେ। ଏହିସମୟରେ ପୀଡ଼ିତାଙ୍କୁ ପତିତ ନିଜ ଘରକୁ ଡାକିଥିଲା। ବହୁତ ସମୟ ଧରି ପୀଡ଼ିତା ନ ଫେରିବାରୁ ତାଙ୍କ ମା’ ଖୋଜିଥିଲେ। ଘରକୁ ଫେରିବା ସମୟରେ ପୀଡ଼ିତାଙ୍କ ଶରୀରରେ କୌଣସି ବସ୍ତ୍ର ନଥିଲା। ଘରକୁ ଫେରି ପୀଡ଼ିତା ତାଙ୍କ ସହିତ ହୋଇଥିବା ଦୁଷ୍କର୍ମ କଥା କହିଥିଲେ। ଏହାପରେ ପୀଡ଼ିତାଙ୍କ ମା’ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ପତିତକୁ ଗିରଫ କରିଥିଲା। ପୁଲିସ ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ୍ ତରଫରୁ ୧୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେସାଲ ପବ୍ଲିକ୍ ପ୍ରସିକ୍ୟୁଟର୍‌ ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe