ନଦୀରେ ବୁଡ଼ି ନାବାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଯାଜପୁରସଦର: ପରିବାର ‌ଲୋକଙ୍କ ଅଗୋଚରରୁ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ନାବାଳକ ବୁଡ଼ିଯିବାରୁ ମୃତ୍ୟୁ ହୋଇଛି। ମୃତ ନାବାଳକ ଯାଜପୁର ସଦର ଥାନା ମହମ୍ମଦଜମାପୁର ଗ୍ରାମର ଅଜୟ ରାଉତଙ୍କ ପୁଅ ଅବିନାଶ (୧୩)। ଆଜି ପରିବାର ଲୋକ ଘର କାମରେ ବ୍ୟସ୍ତ ଥିବାବେଳେ ସେ ନିକଟସ୍ଥ ଖରସ୍ରୋତା ନଦୀର ତନ୍ତିଘାଇ ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ।

ଗଭୀର ଜଳରେ ଅବିନାଶଙ୍କ ଗୋଡ଼ ଖସିଯିବାରୁ ସେ ବୁଡ଼ିଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏନେଇ ଯାଜପୁର ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe