ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା ଅଞ୍ଚଳର ଜଣେ ଅନୁସୂଚୀତ ଜାତିର ନାବାଳିକାଙ୍କୁ  ବିବାହର ପ୍ରତିଶ୍ରୁତି ଦେଇ ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକ ନିଜ ପାଖରେ ରଖି ଦୁଷ୍କର୍ମ କରିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସମ୍ପୃକ୍ତ ଯୁବକର ଭାଇ ଓ ଅନ୍ୟ ଜଣେ ସହଯୋଗୀ ନାବାଳିକାଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ।

ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୩୭୬,୫୦୬,୩୪ ସହ ଅନୁସୂଚୀତ ଜାତି ଓ ଜନଜାତି ନିର୍ଯାତନା ନିରୋଧ ଆଇନ, ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନରେ ମାମଲା ରୁଜୁ କରିଥିଲା।  ରବିବାର ମୁଖ୍ୟ ଅଭିଯୁକ୍ତ ଅଫତାବ ଆଲମ (୨୫)  ସମେତ ତା ବଡ଼ ଭାଇ ପପ୍ପୁ କ୍ୟୁରେସୀ (୪୨)  ସହଯୋଗୀ ଗୁଡ୍ଡୁ କ୍ୟୁରେସୀ (୪୦)ଙ୍କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୮ ବର୍ଷ ଧରି ସମ୍ପୃକ୍ତ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲା।

ଏପରିକି ଗତ ଜୁନ ୨୪ରେ ସୁନ୍ଦରଗଡ଼ କୋର୍ଟରେ ସତ୍ୟପାଠ ଜରିଆରେ ଦୁହେଁ  ବିବାହ କରିବା ସହ ଆଇନଗତ  ବିବାହ ପାଇଁ ଆବେଦନ କରି ଏକ ଗାଁରେ ସ୍ବା ମୀସ୍ତ୍ରୀ ଭାବେ ରହୁଥିଲେ। ଜୁନ ୨୯ ମଧ୍ୟାହ୍ନ ୧୨ଟାରେ ନାବାଳିକା ଓ  ଯୁବକ ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଭାଇମାନେ ଏକ ବଲେରୋ, ବାଇକରେ ଆସି ଯୁବକଙ୍କୁ ନେଇ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ଛୁରୀ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏ ନେଇ  ନାବାଳିକା ହେମଗିର ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe