ବାଇକ୍‌ ଦୁର୍ଘଟଣାରେ ନାବାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଅରଖମୁଣ୍ଡା ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଇଲିସୁଆଁ ଗ୍ରାମର ଯୋଗେଶ୍ୱର ସୁଣ୍ଢିଙ୍କ ପୁଅ ପରନିସନ ସୁଣ୍ଢି(୧୫)।

ପରନିସନ ରଜ ପର୍ବ ପାଇଁ ନିଜ ମାମୁ ଘର ତେଲକୋଇ ଥାନା କାନ୍ତଲସୁଆ ଆସିଥିଲେ। ଗତକାଲି ସନ୍ଧ୍ୟା ୭ଟା ବେଳେ ଏକ ବାଇକ୍( ଓଡି ୦୯ ଡି ୦୫୫୨) ଯୋଗେ ମହେଶ୍ୱର ମୁଣ୍ଡା ସହିତ ନିଜ ଘରକୁ ଫେରୁଥିଲେ। ବାଇକ୍‌ଟି ଭାରସାମ୍ୟ ହରାଇ ଅରଖମୁଣ୍ଡା ନିକଟ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛ ସହିତ ଧକ୍କା ହୋଇଥିଲା। ଫଳରେ ଉଭୟ ଛିଟିକି ପଡ଼ିଥଲେ। ଏହି ଦୁର୍ଘଟଣାରେ ପରନିସନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତେଲକୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe