ବିରିଆନି ପାଇଁ ଜିଦ୍‌ କରି ପ୍ରାଣ ହାରିଲେ ନାବାଳକ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ନୀଳଗିରି: ନୀଳଗିରି ଥାନା ଗୋବିନ୍ଦପୁର ଗ୍ରାମର ମନୋରଞ୍ଜନ ମାହାର୍ଣ୍ଣା ନାବାଳକ ପୁଅ ସତ୍ୟବ୍ରତ(୧୩) ଗତକାଲି ଆତ୍ମହତ୍ୟା କରିଥିଲେ। ଆଜି ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ସତ୍ୟବ୍ରତ ବିରିଆନି ଖାଇବା ପାଇଁ ବାପାଙ୍କ ପାଖରେ ଦୁଇଦିନ ହେବ ଅଳି କରିଥିଲେ। ହେଲେ ବାପା ମନୋରଞ୍ଜନ ୱାର୍ଡସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନ ପାଇଁ ବ୍ୟସ୍ତ ରହୁଥିବାରୁ ପୁଅର ଅଳି ପୂରଣ କରି ପାରିନଥିଲେ। ହେଲେ ଏଥିରେ ରାଗି ସତ୍ୟବ୍ରତ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମନୋରଞ୍ଜନଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe