ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ଓଏଏସ୍ ବାବୁ ଫେରାର୍!

ବିଏମ୍‌ସି ଉତ୍ତରାଞ୍ଚଳ ଉପାୟୁକ୍ତଙ୍କ ଘରେ ଚଢ଼ଉ, ରିପୋର୍ଟ ତଲବ କଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

Representational image Gulf News

ଭୁବନେଶ୍ବର: ଓଏଏସ୍‌ ଅଫିସରଙ୍କ ଘରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ଅଭିଯୁକ୍ତ ଓଏଏସ୍‌ ଅଫିସର ତଥା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଉତ୍ତରାଞ୍ଚଳ ଉପାୟୁକ୍ତ(ଜେଡ୍‌ଡିସି) ପ୍ରମୋଦ କୁମାର ପୃଷ୍ଟି ଏବେ ଫେରାର୍ ହୋଇ ଯାଇଛନ୍ତି। ଆଜି ଯାଜପୁର ଜିଲ୍ଲା ପୁଲିସ ଅଭିଯୁକ୍ତ ଶ୍ରୀ ପୃଷ୍ଟିଙ୍କ ଶୈଳଶ୍ରୀ ବିହାରସ୍ଥିତ ବାସଭବନରେ ଚଢ଼ଉ କରି ଖାଲି ହାତରେ ଫେରିଛି। ଅନ୍ୟପକ୍ଷରେ ଶ୍ରୀ ପୃଷ୍ଟି ଛୁଟିରେ ଥିବା ବିଏମ୍‌ସି ପକ୍ଷରୁ ଦର୍ଶାଯାଇଛି।

ନାବାଳିକାକୁ ଘରେ ସହାୟିକା ବା ଚାକରାଣୀ ଭାବରେ ରଖିବା ଭଳି ବେଆଇନ୍ କାର୍ଯ୍ୟ କରି ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀ କେବଳ ଆଇନ ଉଲ୍ଲଘଂନ କରିନାହାନ୍ତି, ବରଂ ଶିଶୁ ଅଧିକାର କ୍ଷୂର୍ଣ୍ଣ କରି ସଂଗିନ୍ ଅପରାଧ କରିଛନ୍ତି। ଏଥିସହିତ ବିଚାରି ଗରିବ ନାବାଳିକାକୁ ଦୁଷ୍କର୍ମ କରିବା ଭଳି ଅମାନବୀୟ କାଣ୍ଡ ମଧ୍ୟ ଅଭିଯୁକ୍ତଙ୍କ ଘରେ ଘଟିଛି। ତେଣୁ ଏହି ମାମଲାକୁ ଗୁରୁତ୍ବର ସହ ନେଇଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଏନେଇ ଯାଜପୁର ଏସ୍‌ପି, ଭୁବନେଶ୍ବର ଡିସିପି ଓ ସମ୍ପୃକ୍ତ ଓଏଏସ୍‌ ଅଫିସରଙ୍କୁ ରିପୋର୍ଟ ତଲବ କରାଯିବ। ରିପୋର୍ଟ ହସ୍ତଗତ ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନକୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ଅଧିକାରୀମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବାରୁ କାର୍ଯ୍ୟାନୁଷ୍ଠାନରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି ଅଧ୍ୟକ୍ଷା‌ ଶ୍ରୀମତି ପ୍ରଧାନ ସ୍ପଷ୍ଟ କରିଛନ୍ତି। ଯାଜପୁର ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଆଜି ବାଲିଚନ୍ଦ୍ରପୁର ଥାନା ପୁଲିସ

ଅଭିଯୁକ୍ତଙ୍କ ଭୁବନେଶ୍ବର ବାସଭବନରେ ଚଢ଼ଉ କରିଥିଲା। ସେତେବେଳେ ଅଭିଯୁକ୍ତ ଶ୍ରୀ ପୃଷ୍ଟି ଓ ତାଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି ଘରେ ନଥିଲେ। ଏଣୁ ତାଙ୍କୁ ଆଣି ପଚରାଉଚରା କରିବା ସମ୍ଭବ ହୋଇନାହିଁ। ଉଭୟଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରାଯାଉଛି। ଯୋଗାଯୋଗ କରିବା ପାଇଁ ଉଦ୍ୟମ ହେଉଛି। ଆଦିବାସୀ ନାବାଳିକା ହୋଇଥିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ବର କମିସନରେଟ୍‌ପୁଲିସ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ତଥା ଅନ୍ୟ ସମସ୍ତ ପ୍ରକାରର ସହଯୋଗ ପାଇଁ କୁହାଯାଇଛି ବୋଲି ସେ କହିଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଓଏଏସ୍‌ ଅଫିସରଙ୍କ ଘରେ କାମ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ସହାୟତାରେ ଆସିଥିଲେ। ଏଥିପାଇଁ ମାସକୁ ୩ ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା‌। ଦଶହରା ବେଳେ ନାବାଳିକା ଘରକୁ ଯାଇଥିବା ବେଳେ ସେ ଗର୍ଭବତୀ ଥିବା ମା’ ଜାଣି ପାରିଥିଲେ। ପଚାରିବାରୁ ଓଏଏସ୍‌ ଅଫିସରଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି ତାଙ୍କୁ ୫/୬ ମାସ ହେଲା ଲଗାତାର ଦୁଷ୍କର୍ମ କରୁଥିବା କହିଥିଲେ। ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe