Image Courtesy of India Today
ଝାରସୁଗୁଡ଼ା: ୨୦୧୮ରେ କୋଲାବିରା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଜଜ୍ ମଦନଲାଲ ଖେଡ଼ିଆ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଥାନା ଅନ୍ତର୍ଗତ ଗମ୍ହାପାଲି ଗ୍ରାମର ରାଜେଣ ମୁଣ୍ଡା (୨୬) ନାମକ ଜଣେ ଯୁବକ ଜଣେ ୫ ବର୍ଷର ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇ ତାକୁ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଉକ୍ତ ଯୁବକ ନାମରେ କୋଲାବିରା ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରି ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବିଚାରପତି ଶ୍ରୀ ଖେଡ଼ିଆ ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଇପିସିର ୨୭୬(ଆଇ) ଓ ୬ ପକ୍ସୋ ଆଇନ ଅନୁଯାୟୀ ଏହି ରାୟ ଶୁଣାଇଛନ୍ତି। ଅପରାଧୀକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଆଦେଶ ଦେଇଛନ୍ତି। ଜରିମାନା ଅନଦେୟେ ଅଧିକ ୬ ମାସ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଥିବା ସରକାରୀ ଓକିଲ ପୃଥ୍ୱୀରାଜ ସିଂଦେଓ ସୂଚନା ଦେଇଛନ୍ତି।
Follow Us