ଅପହରଣ ପୂର୍ବରୁ ନାବାଳିକାର ଆତ୍ମହତ୍ୟା

Advertisment

ଉଠାଇବା ପାଇଁ ଉଦ୍ୟମ କରିଥିଲେ ୪ରୁ ଅଧିକ ଯୁବକ, ଭୟଭୀତ ଅବସ୍ଥାରେ ଦଉଡ଼ି ଦେଇ ଝୁଲିପଡ଼ିଲା

ଉଠାଇବା ପାଇଁ ଉଦ୍ୟମ କରିଥିଲେ ୪ରୁ ଅଧିକ ଯୁବକ, ଭୟଭୀତ ଅବସ୍ଥାରେ ଦଉଡ଼ି ଦେଇ ଝୁଲିପଡ଼ିଲା

ସ୍ବାମୀଙ୍କ ପରକୀୟା ପ୍ରୀତି; ପତ୍ନୀଙ୍କ ଆତ୍ମହତ୍ୟା!

IndiaTV News

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ରେ ଏକ ଚାଞ୍ଚଲ୍ୟକର ତଥା ଅଭାବନୀୟ ଘଟଣା ଘଟିଛି। ୪ରୁ ଅଧିକ ଅପହରଣ କରିବା ପାଇଁ ଉଦ୍ୟମ କରିବାରୁ ଜଣେ ନାବାଳିକା ଜୀବନ ବିକଳରେ ଗୋଟିଏ ଘରେ ନିଜକୁ ବନ୍ଦୀ କରିବା ସହିତ ଆତ୍ମହତ୍ୟା କରିଦେଇଛନ୍ତି।

ସୂଚନା ଅନୁଯାୟୀ, ତଳଗୋଲୁର ପଞ୍ଚାୟତ ଅନ୍ତର୍ଗତ ସୁବାରୁପାଡ଼ୁ ଗାଁର ୧୩ବର୍ଷୀୟା ନାବାଳିକା ପଟାଙ୍ଗିସ୍ଥିତ ଗୋଟିଏ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଖରା ଛୁଟି ଯୋଗୁ ନାବାଳିକା ଜଣକ କିଛିଦିନ ତଳେ ନିଜ ଗାଁକୁ ଚାଲି ଆସିଥିଲେ। ତେବେ ମଙ୍ଗଳବାର ସକାଳେ ପଡ଼ିଶା ଗାଁର ୪ରୁ ଅଧିକ ଯୁବକ ନାବାଳିକାଙ୍କୁ ଅପହରଣ କରିବା ଉଦ୍ଦେଶ୍ୟରେ ଆସିଥିଲେ। କୌଣସି ପ୍ରକାର ଅପହର୍ତ୍ତାଙ୍କ କବଳରୁ ନାବାଳିକା ମୁକୁଳି ଗୋଟିଏ ଟାଇଲ ଛପର ଘର ଭିତରେ ପଶି ଯାଇଥିଲେ। ଭିତର ପଟୁ କବାଟ ବନ୍ଦ କରି ସହାୟତା ଅପେକ୍ଷାରେ ରହିଥିଲେ। କିନ୍ତୁ ଅପହର୍ତ୍ତା କୌଣସି ପରିସ୍ଥିତିରେ ବି ନାବାଳିକାଙ୍କୁ ଉଠାଇ ନେବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତେଣୁ ଘର ଛାତ ଉପରେ ଚଢ଼ି ଟାଇଲ ଗୁଡ଼ିକୁ ବାହାର କରିଥିଲେ। ହେଲେ ପୁରୁଣା ଟାଇଲ୍‌ ହୋଇଥିବାରୁ ଏଥିରେ ବିଳମ୍ବ ହୋଇଥିଲା।

ଅପହର୍ତ୍ତାଙ୍କ ହାବଭାବ ଏବଂ ମନ୍ଦ ଉଦ୍ଦେଶ୍ୟର ସମ୍ମୁଖୀନ ହୋଇ ନାବାଳିକା ଜଣକ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ଠିକ୍‌, ଭୁଲ ନିଷ୍ପତ୍ତି ବି ନେଇ ପାରି ନଥିଲେ। ଏପରିକି ସହାୟତା ପାଇଁ କାହାକୁ ଡାକି ପାରିନଥିଲେ। ଶେଷରେ ବନ୍ଦ ଘର ଭିତରେ ଦଉଡ଼ି ଦେଇ ଝୁଲି ଯାଇଥିଲେ। ଅପହର୍ତ୍ତା ଟାଇଲ ଖୋଲି ଦେଖିବା ବେଳକୁ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି କଥା ଗାଁରେ ପ୍ରଘଟ ହୋଇଯିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe