ଜଳେଶ୍ବରରେ ନାବାଳକକୁ ନିସ୍ତୁକ ମାଡ଼; ଅର୍ଦ୍ଧଲଣ୍ଡା କଲେ, ଗଛରେ ବାନ୍ଧି ପିଟିଲେ

Advertisment
ବିସ୍କୁଟ ପାଇଁ ସ୍କୁଲ୍‌ ଛାତ୍ରାବାସରେ ଗଣ୍ଡଗୋଳ

The Hans India

ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ ଆଜି ଏକ ଅମାନବୀୟ ଘଟଣା ଘଟିଛି। ଜଣେ ୧୩ ବର୍ଷର ନାବଳକକୁ ଗଛରେ ବାନ୍ଧି ମରଣାନ୍ତକ ଆକ୍ରମଣ ସହ ଅର୍ଦ୍ଧଲଣ୍ଡା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ନାବାଳକକୁ ଜଳେଶ୍ବର ସ୍ଥିତ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ପଶ୍ଚିମବାଡ଼ ଗ୍ରାମର ନସୀମା ବିବି ଘରେ ରୋଷେଇ କରୁଥିବା ସମୟରେ ତାଙ୍କର ନାବାଳକ ପୁଅକୁ ସେହି ଗ୍ରାମର ସେକ ଅବୁଲ, ଲାଦ ଓ ମୀନା ବିବି ୩ଜଣ ମିଶି ବସ୍ତି ଭିତରେ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରୁଥିବା ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳରେ ସେ ପହଞ୍ଚିବା ବେଳକୁ ତାଙ୍କ ପୁଅକୁ ସେମାନେ ବିଧା ଗୋଇଠା ସହ ଠେଙ୍ଗାରେ ପିଟି ତା’ ମୁଣ୍ଡରୁ ଚୁଟିକାଟି ଅଧାନଣ୍ଡା କରିଦେଇଥିବା ଦେଖିବାକୁ ପାଇଥିଲେ। ଗୁରୁତର ହୋଇପଡ଼ିଥିବା ତାଙ୍କ ନାବାଳକ ପୁଅକୁ ଉଦ୍ଧାର କରି ନସୀମା ବିବି ଏବଂ ସ୍ଥାନୀୟ ଲୋକ ପ୍ରଥମେ ପଶ୍ଚିମବାଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ଜଳେଶ୍ବର ସ୍ଥିତ ଜିକେଭଟ୍ଟର ହସ୍ପିଟାଲକୁ ଆଣି ଚିକିତ୍ସା ଆରମ୍ଭ ହୋଇଛି। ଏନେଇ ନାବାଳକର ମା’ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe