ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଥାନାରେ ୨ ଅଟକ

Advertisment
ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଥାନାରେ ୨ ଅଟକ

image source-The samikhsya

ବାଲିଆପାଳ: ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମର ଜନୈକ ନାବାଳିକା ମନ୍ଦିର ଆସିଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ନାବାଳିକାଙ୍କ ବାପା ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅପହରଣରେ ବ୍ୟବହୃତ କାର ସମେତ ଚାଳକ ଏବଂ ଅନ୍ୟ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।

ଅଭିଯୋଗ ମୁତାବକ ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରସଲପୁର ଗ୍ରାମର ବୁଲା ସାହୁଙ୍କ ପୁଅ ପ୍ରଦୀପ ସାହୁ କିଛିଦିନ ଧରି ଉକ୍ତ ନାବାଳିକାଙ୍କ ପିଛା କରିବା ସହ ତାଙ୍କୁ ଫୋନ କରି ହଇରାଣ ହରକକତ କରିଆସୁଥିଲା। ସୋମବାର ନାବାଳିକା ଜଣକ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜା ସାରି ଘରକୁ ଫେରୁଥିବା ବେଳେ ପ୍ରଦୀପ ଓ ତାଙ୍କ ସହଯୋଗୀ ଧୀରେନ୍ଦ୍ର ସାହୁଙ୍କ ପୁଅ ବାପୁ ସାହୁ, ଖଗେନ୍ଦ୍ର ଦେଙ୍କ ପୁଅ ତପନ ଦେ ଏକ ଅଲ୍‌ଟୋ କାର (ଓଡି୦୧ଏଏଲ-୯୯୫୬)ରେ ନାବାଳିକାଙ୍କୁ ଅପହରଣ କରି ଫେରାର ହୋଇ ଯାଇଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହେବା ପରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୧୨୧/୨୨ରେ ଏକ ମାମଲା ରୁଜୁ କରି ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁଙ୍କ ନିର୍ଦ୍ଦେଶରେ ମହିଳା ସବ୍‌ଇନସପେକ୍ଟର ସସ୍ମିତା ମଲ୍ଲିକ ପୁଲିସ ଟିମ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ କାର ଚାଳକ ଓ ପ୍ରଦୀପଙ୍କ ବାପା ବୁଲା ସାହୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତ ପ୍ରଦୀପ, ତପନ ଓ ବାପୁ ସାହୁ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଖୁବଶୀଘ୍ର ଗିରଫ ଗିରଫ କରାଯିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe