ପ୍ରସ୍ତାବିତ ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କ ପାଇଁ ହାତ ଖୋଲିଦେଲା ଜେଏସ୍‌ଡବ୍ଲ୍ୟୁ

Advertisment

ପ୍ରତ୍ୟେକ ଘରୁ ଜଣକୁ ଚାକିରି, ରାଜ୍ୟ ସରକାରଙ୍କ ଠାରୁ ଅଧିକ କ୍ଷତିପୂରଣ ଘୋଷଣା

ପ୍ରତ୍ୟେକ ଘରୁ ଜଣକୁ ଚାକିରି, ରାଜ୍ୟ ସରକାରଙ୍କ ଠାରୁ ଅଧିକ କ୍ଷତିପୂରଣ ଘୋଷଣା

ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଛକାପଞ୍ଝା ଜାରି; ପୁଲିସ୍‌-ଗ୍ରାମବାସୀ ମୁହାଁମୁହଁ, ଗମ୍ଭୀର ହେଉଛି ଢିଙ୍କିଆ ପରିସ୍ଥିତି

ଜଗତସିଂହପୁର : ପ୍ରସ୍ତାବିତ ପ୍ରକଳ୍ପ ଜେଏସଡବ୍ଲ୍ୟୁ ପ୍ରଭାବିତ ଲୋକମାନଙ୍କ ନିକଟତର ହେବା ଓ କମ୍ପାନି ପ୍ରତି ବିଶ୍ବାସ ବଢ଼ାଇବା ପାଇଁ ବଡ଼ ପଦକ୍ଷେପ ନେଇଛି। କିଛିଦିନ ତଳେ ଜିଲ୍ଲା ପ୍ରଶାସନ ସହ ହୋଇଥିବା ବୈଠକରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ କରାଯାଇଥିବା ଦାବିକୁ ମାନି ନେଇ କ୍ଷତିପୂରଣ ଓ ସହାୟତା ରାଶି କ୍ଷେତ୍ରରେ ହାତ ଖୋଲି ଦେଇଛି।

କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ରାଜ୍ୟ ସରକାର ଯେତିକି କ୍ଷତିପୂରଣ ଦେବା ପାଇଁ ଯୋଜନା କରିଥିଲେ, କମ୍ପାନି ତା ଠାରୁ ଢ଼େର୍ ଅଧିକ ଦେବା ପାଇଁ ଯୋଜନା କରିଛି। ଉଚ୍ଛେଦ ହେବାକୁ ଥିବା ପାନ ବରଜ ଡିସିମିଲ ପିଛା ୧୭,୫୦୦ ଟଙ୍କା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ପାନବରଜ ଉଚ୍ଛେଦ ଘୋଷଣା ହେବାର ୧୫ ଦିନ ଭିତରେ ଯେଉଁ ବ୍ୟକ୍ତି ନିଜର ପାନପରଜ ଭାଙ୍ଗିବେ, ତାଙ୍କୁ ନୂଆ ପାନ ବରଜ ପିଛା ୫୦ ହଜାର ଟଙ୍କା ବୋନସ ବାବଦରେ ଦିଆଯିବ। ପୂର୍ବରୁ ଡିସିମିଲ ପିଛା ୧୧,୫୦୦ ଟଙ୍କା ପାଇଥିବା ପାନ ବରଜ ମାଲିକମାନଙ୍କୁ ଅତିରିକ୍ତ ୬ ହଜାର ଟଙ୍କା ହିସାବରେ ବୋନସ ମିଳିବ। ଉକ୍ତ ରାଶି ପ୍ରକଳ୍ପ ଜମିରୁ ସମସ୍ତ ପାନବରଜ ଭଙ୍ଗାଯିବା ପରେ ଅଥବା ପାଚେରି କାମ ସମ୍ପୂର୍ଣ୍ଣ ହେବାପରେ ପ୍ରଦାନ କରାଯିବ। ଜମି ଅଧିଗ୍ରହଣ ହୋଇଥିବା ଗାଁରେ ଯେଉଁ ପରିବାର ପୂର୍ବ ପ୍ରକଳ୍ପଠାରୁ ପାନବରଜ କ୍ଷତିପୂରଣ ପାଇ ନାହାନ୍ତି ସେହି ପରିବାରକୁ ୮୮ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ପ୍ରକଳ୍ପ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ପାନ ବରଜ ଉଚ୍ଛେଦ ପରେ ଏକକାଳୀନ ୪୪ ହଜାର ଟଙ୍କା ଓ ପ୍ରକଳ୍ପ ପାଚେରି ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ବାକି ଆଉ ୪୪ ହଜାର ଟଙ୍କା ଦିଆଯିବ।

ଯେଉଁ ଗାଁରେ ପାନ ବରଜ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଶେଷ ହୋଇଛି, ସେଠାରେ ପାଚେରି ସୀମା ନିର୍ଦ୍ଧାରଣ ପରେ ପ୍ରଥମେ ୪୪ ହଜାର ଓ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବାପରେ ବାକି ୪୪ ହଜାର ଟଙ୍କା ପ୍ରଦାନ କରାଯିବ। ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମ ଓ ବିଜ୍ଞପ୍ତି ଅନୁଯାୟୀ ଫଳନ୍ତି ଗଛର କ୍ଷତିପୂରଣ ଦିଆଯିବ। ଏହାସହ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ଚିଙ୍ଗୁଡ଼ି ଘେରି (ସ୍ବୀକୃତିପ୍ରାପ୍ତ) ଏକର ପିଛା ୨.୫ ଲକ୍ଷ ଟଙ୍କା ଦିଆଯିବ। ବର୍ତ୍ତମାନ ପ୍ରକଳ୍ପ ଅଞ୍ଚଳରେ ଥିବା ଜଙ୍ଗଲ ରକ୍ଷଣାବେକ୍ଷଣ କରୁଥିବା ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ରାସନକାର୍ଡଧାରୀ ପରିବାର ଏକକାଳୀନ ୫୦ ହଜାର ଟଙ୍କା ପାଇବେ। ଗତ ତିନି ବର୍ଷର ଦଲିଲ ଏବଂ କମିଟିର ତଥ୍ୟାବଳି ରେକର୍ଡ ଅନୁସାରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଭାବେ ପରିବାରର ନାମ ସଂଖ୍ୟା ଧାର୍ଯ୍ୟ କରାଯିବ। ଗୋଟିଏ ରାସନକାର୍ଡଧାରୀ ପରିବାରରୁ ଜଣକୁ ଏହି ରାଶି ପ୍ରଦାନ କରାଯିବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ରାସନକାର୍ଡଧାରୀ ପରିବାର ନିଜ ପରିବାରରୁ ଜଣକୁ ରୋଜଗାର ପାଇଁ ମନୋନୀତ କରିବେ। ୨୦-୩୨ ବର୍ଷ ବୟସ ମଧ୍ୟରେ ହୋଇଥିବା ଯୁବକ/ଯୁବତୀଙ୍କୁ ଆବଶ୍ୟକ ତାଲିମ ଦେଇ ରୋଜଗାରକ୍ଷମ କରିବା ପାଇଁ କମ୍ପାନି ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe