ଋଣ ଆଦାୟକୁ କେନ୍ଦ୍ର କରି ଗାଡ଼ି ମାଲିକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲେ ବିଧାୟକ 

Advertisment
ଋଣ ଆଦାୟକୁ କେନ୍ଦ୍ର କରି ଗାଡ଼ି ମାଲିକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲେ ବିଧାୟକ 

ଜୟପୁର: ଗତ ୧୨ତାରିଖ ଦିନ ଗାଡ଼ି କିସ୍ତିକୁ ନେଇ କୋରାପୁଟ ଜିଲ୍ଲା ଜୟପୁରରେ ହୋଇଥିଲା  ହତ୍ୟାକାଣ୍ଡ। ମାତ୍ର ୨ଟି କିସ୍ତି ବକେୟା ରଖିଥିବା ଗାଡ଼ି ମାଲିକ ବିପିନ ବାହାଦୁରଙ୍କ ସହ କିସ୍ତି ଆଦାୟ କରୁଥିବା କଂପାନି ପ୍ରାଧିକୃତ ଆଦାୟକାରୀ ପ୍ରତ୍ୟୁଷ ଦାସଙ୍କ ମଧ୍ୟରେ ହୋଇଥିଲା ଉଚ୍ଚବାଚ୍ଚ। ପରବର୍ତ୍ତୀ ସମୟରେ ଏହାକୁ ନେଇ ଆଦାୟକାରୀ ପ୍ରତ୍ୟୁଷ ଗାଡ଼ି ମାଲିକ ବିପିନଙ୍କୁ କରିଥିଲେ ପ୍ରାଣାନ୍ତକ ଆକ୍ରମଣ। ସଂକଟାପନ୍ନ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଥିବା ଗାଡ଼ି ମାଲିକ ବିପିନଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ପ୍ରତ୍ୟୁଷ ଓ ଅନ୍ୟ ସହଯୋଗୀ ଗତ ୧୩ଦିନ ହେବ ଫେରାର ରହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଓଅନ୍ୟ ସବୁ ସହ ଅଭିଯୁକ୍ତଙ୍କୁ ଗିରଫ କରିବା  ଦାବି କରି ଗୁରୁବାର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ଶତାଧିକ ସମର୍ଥକଙ୍କୁ ନେଇ ଜୟପୁର ଟାଉନଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବ ବୋଲି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରତିଶ୍ରୃତି ଦେବା ପରେ ବିକ୍ଷୋଭ‌ରୁ ବିଧାୟକ ଓହରିଥିଲେ।

publive-image

ସୂଚନା ଅନୁଯାୟୀ, ‌ଜୟପୁର ଟାଉନଥାନା ଅର୍ନ୍ତଗତ ଭେଟନାରୀ କଲୋନିର ବିପିନ ବାହାଦୁର ସ୍ଥାନୀୟ ‌‌ଲଙ୍କେଶ୍ବରୀ ମୋଟରର୍ସରୁ ଆଲଟ୍ରଜ କାର ଟାଟା ଫାଇନାନ୍ସରେ ଋଣରେ ମାସିକିଆ କିସ୍ତି ପୈଠ କରିବା ପ୍ରକ୍ରିୟାରେ ନେଇଥିଲେ। ସେ ଋଣ ପରି‌ଶୋଧ କରି ଆସୁଥିବା ବ‌େଳେ ଗତ ୨ଟି କିସ୍ତି ସେ ଜମା କରି ନଥିଲେ। ଟାଟା ଫାଇନାନ୍ସ ଫରଚ୍ୟୁନ୍ ନାମକ କଂପାନିକୁ କିସ୍ତି ଆଦାୟ କରିବାକୁ  ପ୍ରାଧିକୃତ କରିଛି। ଏହି ପରଚ୍ୟୁନ୍ ସଂସ୍ଥାର କର୍ମଚାରୀ ତଥା ଆଦାୟକାରୀ ପ୍ରତ୍ୟୁଷ ଦାସଙ୍କ ସହ ଗତ ୧୨ତାରିଖ ଦିନ ସକାଳୁ ମୃତ ବିନୋଦଙ୍କ ଉଚ୍ଚବାଚ୍ଚ ହୋଇଥିଲା। ସଂଧ୍ୟା‌ରେ ବିନୋଦ କାମ କରୁଥିବା ସ୍ପିଡ୍ ମାର୍ଟକୁ ଯାଉଥିବା ବେଳେ ପାୱାରହାଉସ କଲୋନୀ ନିକଟରେ  ପ୍ରତ୍ୟୁଷ ସହ ବିନୋଦ ମୁହାଁ ମୁହିଁ ଦେଖା ହୋଇଥିଲେ। ପୁଣି ଉଭୟଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହେବା ପରେ ଅଭିଯୁକ୍ତ ପ୍ରତ୍ୟୁଷ ଧାରୁଆ ଅସ୍ତ୍ରରେ ବ‌ିନୋଦଙ୍କୁ ଆକ୍ରମଣ କରି ଦେହର ବିଭିନ୍ନ ସ୍ଥାନରେ ଭୁସି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିନୋଦ ତାଙ୍କ ଭାଇକୁ ଫୋନ କରିବା ପରେ ଭାଇ ଆସି ବିନୋଦକୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ। ବିନୋଦର ଅବସ୍ଥା ସଂକଟାପନ୍ନ ରହିଥିବାରୁ ଉଚ୍ଚ ଚିକିତ୍ସା ପାଇଁ ବାହାରକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ତୁରନ୍ତ ବିନୋଦକୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିବା ବେଳେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe