କଟକ : ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପ୍ରଭାକର ମହାପାତ୍ରଙ୍କ ଜାମିନ କଟକ ଡେଜିଗନେଟେଡ୍ କୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଶୁଣାଣି ସମୟରେ ଦର୍ଶାଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏମ୍.ପ୍ରଭାକର ଏମ୍ଡି ଥିବା ଏହି ସଂସ୍ଥାର ମୁଖ୍ୟାଳୟ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ବେଳେ କିଛି ବର୍ଷ ତଳେ ଯାଜପୁର କାଳିଆପାଣି ଅଞ୍ଚଳରେ ସଂସ୍ଥାର ଶାଖା କାର୍ଯ୍ୟାଳୟ ରହିଥିଲା। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ୪୪୨ ଜଣ ଜମାକାରୀଙ୍କ ନିକଟରୁ ୪୧ ଲକ୍ଷ ୩୦ ହଜାର ଟଙ୍କା ସଂଗ୍ରହ କରାବା ପରେ କାଳିଆପାଣି ଶାଖା ବନ୍ଦ୍ ହୋଇ ଯାଇଥିଲା। ଜମାକାରୀ ଟଙ୍କା ଫେରସ୍ତ ପାଇ ପାରି ନଥିଲେ। ସଂସ୍ଥାର ରାଜ୍ୟରେ ଥିବା ୧୩ଟି ଶାଖାରେ ମଧ୍ୟ ସମାନ୍ ଅବସ୍ଥା ଦେଖା ଦେଇଥିଲା। ଏ ନେଇ ତତ୍କାଳୀନ ଥାନା ଅଧିକାରୀ ବିଷ୍ଣୁ ପଣ୍ଡା ନିଜ ଆଡୁ କାଳିଆପାଣି ଥାନାରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ଜ୍ୟୋତି ଏଗ୍ରି ନିର୍ଦ୍ଦେଶକଙ୍କ ଜାମିନ ଖାରଜ
Advertisment
Follow Us