GetMyUni
ସମ୍ବଲପୁର : ସମ୍ବଲପୁର ଓ ବୁର୍ଲାରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖ ଯାଏ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସର (ଜ୍ୟୋତିବିହାର)କୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ବର୍ତ୍ତମାନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ଏଥିସହ ୭ ଦିନ ପାଇଁ ପ୍ରାଶାସନିକ କାର୍ଯ୍ୟାଳୟ ଓ ସମସ୍ତ ସ୍ନାତକତ୍ତୋର ବିଭାଗକୁ ବନ୍ଦ ଘୋଷଣା କରାଯାଇଛି। କୁଳପତିଙ୍କ ନିର୍ଦେଶକ୍ରମେ ବିଶ୍ବବିଦ୍ୟାଳୟ କୁଳସଚିବ ସୋମବାର ଏହି ନିର୍ଦେଶନାମା ଜାରି କରିଛନ୍ତି। ତେବେ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟକୁ ଡକାଯାଇପାରେ। ତେଣୁ କର୍ମଚାରୀମାନେ ଏହି ସମୟରେ ନିଜ ଫୋନ୍ ଅନ୍ ରଖିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ଯେଉଁ କର୍ମଚାରୀ କାର୍ଯ୍ୟାଳୟକୁ ଆସୁନାହାନ୍ତି ସେମାନେ ଘରେ ରହି କାମ କରିପାରିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମା ସଂଖ୍ୟା ୨୭୫୪ରେ ସୂଚନା ଦିଆଯାଇଛି।
ସ୍ମରଣଯୋଗ୍ୟ, ବୁର୍ଲାର ଏଭଳି ସ୍ଥିତିକୁ ଆଖି ଆଗରେ ରଖି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)କୁ ଗତ ୩ ତାରିଖରୁ ଆସନ୍ତା ୧୧ ତାରିଖ ଯାଏ ସଟ୍ଡାଉନ୍ ଘୋଷଣା କରାଯାଇଛି।
Follow Us