୩୧ ଯାଏ ଜ୍ୟୋତିବିହାର ଓ ଭିସୁଟ୍‌ ସଟ୍‌ଡାଉନ୍‌

Advertisment
୪ ଭିସୁଟ୍‌ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Photo: Collage Dunia

ସମ୍ବଲପୁର : ସମ୍ବଲପୁର ତଥା ବୁର୍ଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ(ଜ୍ୟୋତିବିହାର) ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)କୁ ଆସନ୍ତା ୩୧ ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ନିର୍ଦେଶନାମା ଜାରି ହୋଇଛି। ଏହି ସମୟରେ ଉଭୟ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବ୍ୟତୀତ ଅନ୍ୟ ସମସ୍ତ ଫାଟକ ବନ୍ଦ ରହିବ। ଏହି ସମୟରେ ଉଭୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିଟିସ୍ତରରେ ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିବେ। ଯେଭଳି ଭାବେ ଏହି ନିର୍ଦେଶ କଡ଼ାକଡ଼ି ପାଳନ ହେବ ସେନେଇ କୁଳପତି ଓ କୁଳସଚିବ ଧ୍ୟାନ ଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସେପଟେ, ଭିସୁଟ୍‌ର ଯେଉଁ ସବୁ କର୍ମଚାରୀ ଗୃହାବଦ୍ଧରେ ରହିଛନ୍ତି ଅବଧି ଶେଷ ନହେବା ଯାଏ ସେମାନେ ଘରେ ରହିବେ। ପୂର୍ବରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ୨୦ ତାରିଖ ଯାଏ ଓ ଭିସୁଟ୍‌ ୨୧ ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା।

ଦିନକ ପାଇଁ ଜ୍ୟୋତିବିହାର ଯିବେ କର୍ମଚାରୀ!
ପ୍ରଥମ ପର୍ଯ୍ୟାୟରେ ୭ ତାରିଖରୁ ୧୩ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୪ରୁ ୨୦ ତାରିଖ ଯାଏ ସମ୍ବଲପୁର ବିଶ୍ବବିଦ୍ୟାଳୟ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। କିନ୍ତୁ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାରେ ୨୨ ତାରିଖରୁ ୩୧ ତାରିଖ ଯାଏ ସଟ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ମଝିରେ ୨୧ ତାରିଖ ଗୋଟିଏ ଦିନ ବିଶ୍ବବିଦ୍ୟାଳୟ ଖୋଲା ରହିବ ନା ଛୁଟି ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ। ଏନେଇ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ବି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe