ସ୍ୱିଜରଲ୍ୟାଣ୍ଡ ଜାତୀୟ ରଗବୀ ଦଳରେ ମନୋନୀତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଲେ ଓଡ଼ିଆ ବାଳକ କବୀର

ସ୍ୱିଜରଲ୍ୟାଣ୍ଡ ଜାତୀୟ ରଗବୀ ଦଳରେ ମନୋନୀତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଲେ ଓଡ଼ିଆ ବାଳକ କବୀର

ଭୁବନେଶ୍ୱର: ସ୍ୱିିଜରଲ୍ୟାଣ୍ଡର ଜାତୀୟ ରଗବୀ ଦଳ ପାଇଁ ମନୋନୀତ ହୋଇ ଓଡ଼ିଆ ବାଳକ କବୀର ଦାସ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ଏହା ସହିତ କବୀର ମଧ୍ୟ ସ୍ୱିଜରଲ୍ୟାଣ୍ଡର ରଗବୀ ଦଳରେ ଏକମାତ୍ର ଭାରତୀୟ ଏବଂ ଏକମାତ୍ର ଓଡ଼ିଆ ହେବାର ଏକ ବିରଳ ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କବୀର ବାସେଲ କ୍ୟାଣ୍ଟନର ରଗବୀ ଦଳର ସଦସ୍ୟ ଭାବରେ ଖେଳିବା ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସେ ଜାତୀୟ ଦଳରେ ପ୍ରବେଶ କରିଛନ୍ତି ଯେଉଁଥିରେ ସେ ୟୁରୋପୀୟ ଟୁର୍ଣ୍ଣାମେଣ୍ଟରେ ସ୍ୱିଜରଲ୍ୟାଣ୍ଡ ପାଇଁ ଖେଳିବେ।

publive-image

ସ୍ୱିିସ୍‌-ଆମେରିକୀୟ ବହୁରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍‌ କର୍ପୋରେସନ୍‌ ନୋର୍ଭାଟିସ୍‌ କମ୍ପାନିରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରୁଥିବା ଅନିନ୍ଦ୍ୟ ଦାସଙ୍କ ପୁଅ କବୀର ଡ୍ୟୁକ୍‌ ଅଫ୍‌ ଏଡିନବର୍ଗ ଟ୍ରେକିଂ ଦଳର ମଧ୍ୟ ଜଣେ ସଦସ୍ୟ ଭାବରେ ପୂର୍ବରୁ ନିଜର ପାରଦର୍ଶିର୍ତା ପ୍ରଦର୍ଶନ କରି ସାରିଛନ୍ତି।

କବୀର ଜଣେ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି। ଏହି ସଫଳତା ହାସଲ କରିବା ପରେ ଏବେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe