ଏମ୍‌କେସିଜିରେ ଚିକିତ୍ସା ଆରମ୍ଭ : ଗୁରୁବାର ‘କାହ୍ନା’ର ଅସ୍ତ୍ରୋପଚାର

ଏମ୍‌କେସିଜିରେ ଚିକିତ୍ସା ଆରମ୍ଭ : ଗୁରୁବାର ‘କାହ୍ନା’ର ଅସ୍ତ୍ରୋପଚାର

ବ୍ରହ୍ମପୁର/ଭଂଜନଗର : ବ୍ରହ୍ମପୁର ବଡ଼ମେଡିକାଲରେ ଆଜିଠୁ ଜଗନ୍ନାଥପ୍ରସାଦ ବ୍ଲକର ଗାୟାଗଣ୍ଡା ପଂଚାୟତର ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ଲୋମଶ ପୁଅ କାହ୍ନାର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଛି। କାହ୍ନାକୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ (ଶଯ୍ୟା ନମ୍ବର-୩୨୮)ରେ ଭର୍ତ୍ତି କରାଯାଇଛି। ଗତକାଲି ଆଉଟ୍‌ଡୋର୍‌ରେ ତା’ର ଚିକିତ୍ସା କରାଯାଇଥିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇ ୫ ପ୍ରକାର ପରୀକ୍ଷା କରାଯାଇଥିଲା। ବର୍ତମାନ ସେ ଇନ୍‌ଡୋର୍‌ରେ ଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ନମୁନା ପରୀକ୍ଷା ହେବ।

ଆସନ୍ତା ଗୁରୁବାର ଦିନ ତା’ର ଅସ୍ତ୍ରୋପଚାର ଦିଗରେ ପଦକ୍ଷେପ ନିଆଯିବାର ସମ୍ଭାବନା ରହିଛି। ଏକ ସ୍ୱତନ୍ତ୍ର ଟିମ୍‌ କାହ୍ନାର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସ୍କିନ୍‌ ଗ୍ରାଫ୍‌ଟିଂ ଏବଂ ଲାଜର୍‌ ଟ୍ରିଟ୍‌ମେଣ୍ଟ୍‌ ବିଭିନ୍ନ ପର୍ଯ୍ୟାୟରେ ଚିକିତ୍ସା କରାଯିବ। ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ସୁବିଧା କରାଯାଉଛି ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗୀୟ ଡାକ୍ତର ରାଜୁ ଦାସ ସୂଚନା ଦେଇଛନ୍ତି। ତେବେ କାହ୍ନାର କୌଣସି ଜୀବନ ପ୍ରତି କୌଣସି ବିପଦ ନାହିଁ। ସେ ବର୍ତମାନ ସ୍ୱାଭାବିକ ଅଛି। କୌଣସି ଡାକ୍ତରଖାନାକୁ ରେଫର୍‌ କରାଯିବନି। ଏଦିଗରେ ପ୍ରଶାସନ ସହ ଯୋଗାଯୋଗ କରାଯାଇଛି। ବ୍ରହ୍ମପୁର ବଡ଼ମେଡିକାଲରେ ହିଁ କାହ୍ନାର ଅସ୍ତ୍ରୋପଚାର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe