ଦେଢ଼ କୁଇଣ୍ଟାଲର ‘କୈବତ’ ମାଛ ୩୨ହଜାର ଟଙ୍କାରେ ନିଲାମ

Advertisment

ଚାନ୍ଦବାଲି : ଧାମରା ମୁହାଣଠାରୁ ୧୦ କିମି ଗଭୀର ସମୁଦ୍ର ମଧୢରୁ ଗତକାଲି ଭୋର ସମୟରେ ଏକ ବିରଳ ପ୍ରଜାତିର ମାଛ ‘କୈବତ’ ଧରା ହୋଇଛି। ଆଲୋକଜ୍ୟୋତି ନାମକ ଏକ ଟ୍ରଲର ଜାଲରେ ଏହି ମାଛ ପଡ଼ିଥିବା ବେଳେ ଜାଲରୁ ବାହାର କରିବା କଷ୍ଟକର ହୋଇଥିଲ। ଧାମରା ନିକଟସ୍ଥ ଚନ୍ଦିନପାଳ ମାଛ କଣ୍ଟାରେ ଏହି ବିରଳ ପ୍ରଜାତିର ମାଛ ଓଜନ କରିବା ପାଇଁ ମାପକ ଯନ୍ତ୍ର ନ ଥିବା ଏବ˚ ମାଛର ଉଚିତ ମୂଲ୍ୟ ନ ମିଳିବା ଆଶଙ୍କା କରି ବୋଟ ମାଲିକ ରମେଶ ନାୟକଙ୍କ ନିର୍ଦ୍ଦେଶରେ ମାଛ ପଶ୍ଚିମବଂଗର ଦୀଘାକୁ ନିଆଯାଇଥିଲା। ବୋଟ ଦୀଘାରେ ପହଞ୍ଚିବା ପରେ ଏକ ଟ୍ରଲିରେ ଏହି ମାଛ ବୁହା ହୋଇ ଜେଟୀକୁ ଯାଇଥିଲା। ଜେଟୀରେ ମାଛଟି ଓଜନ ହେବା ପରେ ମାଛଟିର ଓଜନ ଦେଢ଼ କ୍ୟୁଇଣ୍ଟାଲ ହୋଇଥିଲା। ଦୀଘାରେ ମୁର୍ସିଦ ନାମକ ବ୍ୟକ୍ତି ଏହି ମାଛକୁ ୩୨ହଜାର ଟଙ୍କାରେ ନିଲାମ ଧରି ଏସ୍‌ଏଫ୍‌ଟି ନାମକ ଏକ ଘରୋଇ କେମିଷ୍ଟ କମ୍ପାନିକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି। ଏହି ମାଛ ପ୍ୟାକି˚ ହୋଇ ‘କୁଏତ’ର ବିଦେଶୀ ମେଡିସିନ କମ୍ପାନିକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe