କାକଟପୁରର ମା’ ମଙ୍ଗଳା: ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହୁଏ ଚଣ୍ଡୀପାଠ

Advertisment

ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ। ପ୍ରାଚୀ ନଦୀ ତଟରେ ମା’ଙ୍କ ମନ୍ଦିର ଅବସ୍ଥିତ। ମା’ଙ୍କ ମହିମା ବି ଚାରିଆଡ଼େ ଖ୍ୟାତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ।

ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ। ପ୍ରାଚୀ ନଦୀ ତଟରେ ମା’ଙ୍କ ମନ୍ଦିର ଅବସ୍ଥିତ। ମା’ଙ୍କ ମହିମା ବି ଚାରିଆଡ଼େ ଖ୍ୟାତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ।

kakatapur

କାକଟପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ। ପ୍ରାଚୀ ନଦୀ ତଟରେ ମା’ଙ୍କ ମନ୍ଦିର ଅବସ୍ଥିତ। ମା’ଙ୍କ ମହିମା ବି ଚାରିଆଡ଼େ ଖ୍ୟାତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ପ୍ରସିଦ୍ଧ ଶାରଦୀୟ ପୂଜା ଅନ୍ୟତମ। ଆଶ୍ବିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ମା’ ଦୁର୍ଗା ଶୟନ ତ୍ୟାଗ କରନ୍ତି। ମା’ଙ୍କୁ ଜାଗ୍ରତ କରିବା ପାଇଁ ଏହି ଦିନ ଷୋଡ଼ଶ ଉପଚାରରେ ମା’ଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମାଙ୍କୁ ଦିବ୍ୟ ସୁଗନ୍ଧ ଜଳରେ ୧୦୮ ଥର ଲେଖାଏଁ ସ୍ନାନ କରାଯାଏ। ଦିବ୍ୟ ସୁବାସିତ ଜଳରେ ସ୍ନାନପରେ ମା’ ମଙ୍ଗଳାଙ୍କୁ ବେଶ କରାଯାଇଥାଏ। 

ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସିଂହ ପୂଜା ଓ କଳସ ପୂଜା କରାଯାଇ ବଲ୍ଲଭ ପୂଜା ହୁଏ। ପ୍ରତିପଦ (ନବ ପତ୍ରିକା) ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ମା’ଙ୍କ ପାଦ ପଦ୍ମଲାଗି, ନାଲି କଲି ବେଶ ଏବଂ କଳା କଲି ବେଶ ଅନୁଷ୍ଠିତ ହୋଇଥାଏ। ପଞ୍ଚମୀ ଦିନ ମା’ଙ୍କୁ ତୀର କମାଣ ବେଶ, ଷଷ୍ଠୀ ଦିନ କାତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଓ ନବମୀ ଦିନ ମହାସରସ୍ବତୀ ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଇଥାଏ। ନବପତ୍ରିକାଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କ ମନ୍ଦିରରେ ଭ୍ରମଣି ନୀତି ପାଳନ କରାଯାଏ। ମହାଷ୍ଟମୀ ଦିନ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ରତ୍ନଗିରିକୁ ବିଜେ କରାଯାଇଥାଏ। ମା’ଙ୍କ ଚଳନ୍ତି ପ୍ରତିମା ରତ୍ନଗିରିରୁ ଫେରି ଜଗତି ପୂଜା ପରେ ଦୁର୍ଗାଙ୍କ ସହିତ ମନ୍ଦିର ଭିତରକୁ ଯାଆନ୍ତି। ଏହି ଦିନ ମନ୍ଦିରରେ ମା’ଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଥାଏ। ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ପ୍ରତ୍ୟହ ଚଣ୍ତୀପାଠ କରାଯାଏ। ମହାନବମୀ ଦିନ ମନ୍ଦିରରେ ସ୍ବତନ୍ତ୍ର ନବମୀ ପୂଜା ହୋଇଥାଏ। କଳସ ପୂଜା ହୁଏ।

ରାତ୍ରି ଧୂପ ପରେ ନବମୀ ହୋମ ହୁଏ ଏବଂ  ସେବାୟତଙ୍କ ପକ୍ଷରୁ ମା’ଙ୍କ ନିକଟରେ ଦହି ପଖାଳ ଭୋଗ ହୁଏ। ମହାଦଶମୀ ବା ଦଶହରା ଦିନ ମନ୍ଦିରରେ ଦୁର୍ଗା ଓ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ଏକ ଖଟୁଳିରେ ଉତ୍ତରାମୁଖା ହୋଇ ଜଗମୋହନରେ ବସନ୍ତି। ସଂଧ୍ୟା ଆଳତି ପରେ ଉଭୟ ପ୍ରତିମା ଏକ ସୁସଜ୍ଜିତ ବିମାନରେ ସୋମେଶ୍ବର ଶମ୍ଭୁଙ୍କ ନିକଟକୁ ଯାତ୍ରାକରନ୍ତି। ସେଠାରେ ୩ ଥର ମନ୍ଦିର ପରିକ୍ରମା ପରେ ଶିବ ଓ ଦୁର୍ଗାଙ୍କ ଭେଟ ହୁଏ। ଏହାପରେ ପ୍ରତିମା ସ୍ବମନ୍ଦିରକୁ ଫେରିବାପରେ ମା’ଙ୍କ ଶାରଦୀୟ ପୂଜାର ପରିସମାପ୍ତି ଘଟିଥାଏ। ଶାରଦୀୟ ପୂଜା ସମୟରେ ବିଶେଷ କରି ମା’ଙ୍କ ସିଂହବାହିନୀ ବେଶ ଦେଖିବା ପାଇଁ ବହୁଭକ୍ତଙ୍କ ସମାଗମ ହୋଇଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe