କେନ୍ଦୁଝର ଜିଲ୍ଲା ସାହାରପଡ଼ାରେ କାଳ‌ବୈଶାଖୀର ତାଣ୍ଡବ: ଉଡ଼ିଲା ଛପର, ଘର ଉପରେ ପଡ଼ିଲା ଗଛ

Advertisment
କେନ୍ଦୁଝର ଜିଲ୍ଲା ସାହାରପଡ଼ାରେ କାଳ‌ବୈଶାଖୀର ତାଣ୍ଡବ: ଉଡ଼ିଲା ଛପର, ଘର ଉପରେ ପଡ଼ିଲା ଗଛ

ସାହାରପଡ଼ା : କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ରେ କାଳ‌ବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଝଡ଼ତୋଫାନରେ ଘରର ଛପର ଉଡ଼ିବା ସହ ଘର ଉପରେ ଗଛ ପଡ଼ିଥିବା ଦେଖିବାକୁ ମିଳିଛି।

publive-image

ରବିବାର ଅପରାହ୍‌ଣ ସାଢ଼େ ୪ଟାବେଳେ ଖୁବ୍‌ଜୋରରେ ପବନ ବହିବା ସହ କୁଆପଥର ବର୍ଷା ହୋଇଥିଲା। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସାହାରପଡ଼ା ନିକଟସ୍ଥ ଭାରତ ଗ୍ୟାସ୍‌ ଗୋଦାମ ନିକଟରେ ଥିବା ମହେଶ୍ୱର ମହାନ୍ତଙ୍କ ଘରର ଟିଣ ଛପର ପବନରେ ଉଡ଼ି ଯାଇଥିଲା। ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ସିମେଣ୍ଟ ବର୍ଷାପାଣିରେ ଭିଜି ନଷ୍ଟ ହୋଇଯାଇଛି। ଘରର ପାଚେରି ମଧ୍ୟ ଭାଙ୍ଗିଯାଇଛି। ସେହିପରି ସାହାରପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଟିଆସାହିର ସମ୍ବାରୀ ମାଟିଆଙ୍କ ମାଟି ଟାଇଲ ଛପର ଘର ଉପରେ ଏକ ଲିମ୍ବଗଛ ପଡ଼ିଥିବା ଦେଖିବାକୁ ମିଳିଛି। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe