କାଳବୈଶାଖୀ ଆଉ ଦୁଇ ଦିନ

Advertisment
କାଳବୈଶାଖୀ ଆଉ ଦୁଇ ଦିନ

photo by : samakal.com

ଭୁବନେଶ୍ୱର : ଆଉ ଦୁଇ ଦିନ ଧରି ଲାଗିରହିବ କାଳବୈଶାଖୀ। ଏପ୍ରିଲ ୧୨ ଓ ୧୩ରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରେ ଝଡ଼ବର୍ଷା ଆଶଙ୍କା ରହିଛି। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ପାଗ ଖରାପ ରହିବ। ୫୦ରୁ ୬୦ କି.ମି. ବେଗରେ ପବନ ହେବା ସହ ବର୍ଷା ହୋଇପାରେ। ୧୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବ। ୧୫ ତାରିଖଠାରୁ ପାଗ ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଆଜିଠାରୁ ପୁଣିଥରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିଛି। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ ହୋଇଛି। କଟକର ତାପମାତ୍ରା ପୁଣିଥରେ ୩୭ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ୱରରେ ୩୬ ଡିଗ୍ରିରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୧୫ ମି.ମି. ବର୍ଷା ହୋଇଛି। ଏଥିସହ ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ପଡ଼ିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe