ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

Advertisment
ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

photo by : flickr.com

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସୋନପୁର ପୁଣିଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ଆଜି ୪୦.୪ ଡିଗ୍ର୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ରହିଥିଲା। କିନ୍ତୁ ଉପକୂଳବାସୀଙ୍କୁ ତାତିରୁ ଟିକିଏ ଅଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ହାଲକା ବର୍ଷା ହୋଇଛି। ପାଗ ମଧ୍ୟ କୋହଲା ରହିଥିବାରୁ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। କେନ୍ଦୁଝରଗଡ଼ରେ ସର୍ବାଧିକ ୮ ମି.ମି. ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀର ଆଶଙ୍କା ରହିଛି। ଆସନ୍ତା ୨୭ ତାରିଖଠାରୁ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe