ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର

Advertisment
ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର

କର୍ଲାମୁଣ୍ଡା : ରିଷିଡ଼ା ପଞ୍ଚାୟତକୁ ମରୁଡ଼ି ଅଞ୍ଚଳ ଘୋଷଣା ସହ ତେଲନଦୀରେ ଉଠା ଜଳସେଚନ ପଏଣ୍ଟ ନିର୍ମାଣ ପାଇଁ ସୋମବାର ସ୍ଥାନୀୟ ଚାଷୀମାନେ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି। ରିଷିଡ଼ା ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଏକ ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କମିଟି ସଭାପତି ପ୍ରେମାନନ୍ଦ ପାତ୍ର, ସଂପାଦକ ଅନ୍ତର୍ଯ୍ୟାମୀ ସାହୁ, ସରପଞ୍ଚ ସରସ୍ୱତୀ ମାଝୀଙ୍କ ନେତୃତ୍ୱରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ତହସିଲଦାର ବାସନ୍ତୀ ସେଠୀଙ୍କୁ ଦେଇଥିଲେ। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି।

ରିଷିଡ଼ା ଯୁବମଞ୍ଚ ସଭାପତି ଅଶ୍ୱିନୀ ମାଝୀ, ସଂପାଦକ ନରୋତ୍ତମ ସେଲମା, ନାଏବ ସରପଞ୍ଚ କୈଳାସ ପାତ୍ର, ନନ୍ଦକିଶୋର ରଣା, ପୂର୍ବତନ ସରପଞ୍ଚ ନାରାୟଣ ରଣା, ମଣ୍ଡଳ ବିଜେପି ସଭାପତି ସଞ୍ଜୟ ଜୈନ, ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ବିଶ୍ୱଦୀପକ ପାତ୍ର, ଅନାଦି ରଣା, ନବୀନ ରଣା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ, ଲକ୍ଷ୍ମୀପ୍ରସାଦ ରଣା, ଡୋଳାମଣି ସାହୁ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe