ଲକଡାଉନରେ ଗରିବଙ୍କୁ ମାଇକ୍ରୋଫାଇନାନ୍ସ କମ୍ପାନୀମାନଙ୍କ ନାଲି ଆଖି : ଜୋର ଜବରଦସ୍ତ ଋଣ ଟଙ୍କା ଆଦାୟ କରୁଥିବା ଅଭିଯୋଗ

Advertisment
ଲକଡାଉନରେ ଗରିବଙ୍କୁ ମାଇକ୍ରୋଫାଇନାନ୍ସ କମ୍ପାନୀମାନଙ୍କ ନାଲି ଆଖି : ଜୋର ଜବରଦସ୍ତ ଋଣ ଟଙ୍କା ଆଦାୟ କରୁଥିବା ଅଭିଯୋଗ

Okahr

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରବ୍ଲକ ଅନ୍ତର୍ଗତ କର୍ଲାଗୁଡା ପଞ୍ଚାୟତର ସାନ ଖଇରମାଲ ଗ୍ରାମର ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦଳ ମାଇକ୍ରୋଫାଇନାନ୍ସ କମ୍ପାନୀମାନେ ମହିଳାଙ୍କୁ କିଭଳି ଶୋଷଣ କରୁଛନ୍ତି ସେ ନେଇ ବିଷୋଦଗାର କରିବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି ।

publive-image wdcbihar.org.in

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିନା ସୁଧରେ ଋଣ ପ୍ରଦାନ କରି ସେମାନଙ୍କୁ ଆର୍ଥିକ ସ୍ଵଛଳ କରିବା ପାଇଁ ବହୁ ପଦକ୍ଷେପ ନେଇଥିଲ ସୁଦ୍ଧା ବ୍ୟାଙ୍କମାନଙ୍କ ଖାମଖିଆଲି ଯୋଗୁଁ ଗରିବ ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳ ମାନଙ୍କରେ ବହୁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ସହଜରେ ଋଣ ଦେଇ ସୁଧ ମୂଳ ସହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ସାନ ଖଇରମାଲ ଗ୍ରାମରେ ବର୍ତ୍ତମାନ ମହାମରୀ କରୋନାରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ସମସ୍ତଙ୍କୁ ଏକ ପ୍ରକାର ବାନ୍ଧି ପକାଇଛି । କରୋନା ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରି ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରିଛନ୍ତି । ଗରିବ, ଖଟିଖିଆ, ଅସହାୟ ଓ ଋଣ ନେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ କାମଧନ୍ଦା ନ ପାଇ ହାତବାନ୍ଧି ଘରେ ବସିଛନ୍ତି । ଏଭଳି ମହାବିପତ୍ତି ସମୟରେ ଏସକେଏସ ମାଇକ୍ରୋଫାଇନ୍ସ, ସମସ୍ତା, ଫୁଲଟର୍ନ ଇଣ୍ଡିଆ, ସ୍ୱତନ୍ତ୍ର, ସାଗରାହା, ଏଚଡିଏଫସି, ମୁଥୁଡ଼, ଗ୍ରାମୀଣ କୋଟା, ଅଧିକାର, ଫ୍ୟୁଜନ, ଗ୍ରାମଶକ୍ତି, ସୂର୍ଯୋଦୟ ଭଳି ଅନେକ ମାଇକ୍ରୋଫାଇନାନ୍ସ କମ୍ପାନୀମାନଙ୍କ ଠାରୁ ମହିଳାମାନେ ଧନ୍ଦାମୂଳକ କାର୍ଯ୍ୟ ପାଇଁ ଋଣ ନେଇଛନ୍ତି । ଲକଡାଉନ ପୂର୍ବରୁ ମହିଳାମାନେ ଗ୍ରୁପ ଋଣ ମାସିକିଆ କିସ୍ତିରେ ପରିଶୋଧ କରି ଆସୁଥିଲେ । କରୋନା ଯୋଗୁଁ ୪ ମାସ ହେଲା ଘରେ ବନ୍ଦ ରହିବାରୁ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି । ମା’ ଶାରଳା ଗ୍ରୁପର ଚନ୍ଦ୍ରକାନ୍ତି ସୁନାନୀ, ଜୟଲକ୍ଷ୍ମୀ ଗ୍ରୁପର ଯମୁନା ବାଗ, ଆଦ୍ୟଶକ୍ତି ଗ୍ରୁପର ଚଞ୍ଚଳା ଜାଲ, ସ୍ପନ୍ଦନା ଗ୍ରୁପର କାନ୍ତି ବାଗ, ବିମଳା ସୁନାନୀ, ମମତା ସୁନାନୀ, ଅଇଁଲି ଜାଲ, ଭୂମି ସାହୁ ସମେତ ଶତାଧିକ ମହିଳା ନେତ୍ରୀ କାନ୍ତି ବାଗଙ୍କ ନେତୃତ୍ୱରେ ମାଇକ୍ରୋଫାଇନାନ୍ସ କମ୍ପାନୀ ମାନଙ୍କ ବିରୋଧରେ ସ୍ୱରଉତ୍ତୋଳନ କରିଛନ୍ତି ।

ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଜୋର ଜବରଦସ୍ତ ମହିଳାମାନଙ୍କ ଠାରୁ ଜୁଲୁମ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଯଦି ଗ୍ରାମକୁ ଆସିଥିବା ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀମାନେ ଜୁଲମ କରି ଜୋର ଜବରଦସ୍ତ ନାଲି ଆଖି ଦେଖାଇ ଟଙ୍କା କରନ୍ତି ତାହେଲେ ମହିଳା ମାନେ ବାଧ୍ୟ ହୋଇ ଆଇନକୁ ହାତକୁ ନେଇ ଉଚିତ ଶିକ୍ଷା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ମାଇକ୍ରୋଫାଇନ୍ସ ଅଫିସ ସମ୍ମୁଖରେ ଧାରଣା ଦେବୁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ମାଇକ୍ରୋଫାଇନ୍ସ ସଂସ୍ଥା ଅଧିକାରୀ ମାନଙ୍କୁ ପଚାରିବାରୁ ସେମାନେ ଧମକ ଚମକ ଦେବା କଥାକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe