ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି, କଳାହାଣ୍ଡି ବନ୍ଦ ଶାନ୍ତିପୂର୍ଣ୍ଣ

Advertisment
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି, କଳାହାଣ୍ଡି ବନ୍ଦ ଶାନ୍ତିପୂର୍ଣ୍ଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ତାଲିକା ପ୍ରକାଶ ପରେ ପଛୁଆବର୍ଗଙ୍କୁ ଉପେକ୍ଷା ହୋଇଥିବା ନେଇ ଓବିସି ସମାଜରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ୭୩ତମ ସମ୍ବିଧାନ ସଂଶୋଧନ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ବିଭିନ୍ନ ପଦ ପଦବିରେ ୨୭ ପ୍ରତିଶତ ସଂରକ୍ଷଣ ଦେବାର ବ୍ୟବସ୍ଥା ରହିଛି। ବିଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ସୁବିଧା ମଧ୍ୟ ଦିଆଯାଇଥିଲା। କିନ୍ତୁ ପରିତାପର ବିଷୟ ଗତ ୮.୧୦.୨୦୨୧ରେ କଳାହାଣ୍ଡି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ ଏହାର ଖୋଲା ଉଲ୍ଲଂଘନ କରାଯାଇଛି।

କଳାହାଣ୍ଡି ଜିଲ୍ଲାରେ ୩୬ଟି ଜିଲ୍ଲା ପରିଷଦ ସଭ୍ୟ ଏବଂ ୧୩ଟି ବ୍ଲକ୍‌ ଅଧ୍ୟକ୍ଷ ଆସନ ରହିଛି। ସେଥି ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ଗୋଟିଏ ବି ଆସନ ସଂରକ୍ଷଣ ରଖାଯାଇ ନାହିଁ। ଏଣୁ ସୋମବାର ପଛୁଆବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦେଇ ଯାନବାହନ ଚଳାଚଳ ବନ୍ଦ ରଖିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା। ଏଥିରେ ପଛୁଆବର୍ଗ ଜାତି ସମୂହ ଆବାହକ ଡମ୍ବରୁଧର ଲହଜଲ, କେଦାରନାଥ ରଣା, ନିରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ନାଏକ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖାର ସଭାପତି ତୁଳମଣି ନାଗ, କୀର୍ତ୍ତନ ନାଏକ, ରାମକୃଷ୍ଣ ରାଉତ, ସତ୍ୟ ମାହାର, କବିତା ରାଉତ, ଦମୟନ୍ତୀ ମାଝୀ, ପୁଷ୍ପାଞ୍ଜଳି ରାଉତ, ସଞ୍ଜୟ ମେହେର, ସୁରଥ ରାଉତ, ସଚ୍ଚିଦାନନ୍ଦ ମହାକୁଡ଼, କେଶବ ପ୍ରଧାନ, ନୀଳମଣି ସାହୁ, ପ୍ରହ୍ଲାଦ ସା, ଡାକେ ଲହଜଲ, ଶେଷଦେବ ସାହୁ, ଚିତ୍ତରଞ୍ଜନ ପାତ୍ର, କରୁଣା ଚଣ୍ଡୀ ଆଦି କର୍ମୀଙ୍କ ସହ ଓବିସି ଜାତି ସମାଜର ସଭାପତିଙ୍କ ନେତୃତ୍ବରେ କଳାହାଣ୍ଡି ବନ୍ଦ ଡାକରା ଦେଇ ରାଜପଥକୁ ଓହ୍ଲାଇଥିଲେ।

ବହୁଜନ କ୍ରାନ୍ତିମୋର୍ଚ୍ଚା କଳାହାଣ୍ଡି ଶାଖା, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡକାଷ୍ଟ ଫେଡେରସନ୍‌ ଆଦିର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ  ସମଗ୍ର ୧୩ଟି ବ୍ଲକ୍‌ରେ ଭବାନୀପାଟଣା ସହର ଭଳି ବନ୍ଦ ଡାକରାକୁ ସଫଳ କରିଥିଲେ। କଳାହାଣ୍ଡି ବେରୋଜଗାର ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ବନ୍ଦକୁ ସଫଳ କରିବାକୁ ଭାରତ ଭୂଷଣ ବେମାଲ, ଜୟଦେବ ସାହୁ, ଭବାନୀ ଶଙ୍କର ନିଆଲ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe