କଳାହାଣ୍ଡି: ଛତର ଯାତ୍ରାରେ ପ୍ରଶାସନର ସବୁ ନିୟମକୁ ଫୁ କରିଦେଇଛନ୍ତି ଭକ୍ତ

Advertisment
କଳାହାଣ୍ଡି: ଛତର ଯାତ୍ରାରେ ପ୍ରଶାସନର ସବୁ ନିୟମକୁ ଫୁ କରିଦେଇଛନ୍ତି ଭକ୍ତ

କଳାହାଣ୍ଡି: କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରାକୁ ନେଇ ପ୍ରଶାସନ କଟକଣା ଲଗାଇଥିଲେ । ଏହି ଯାତ୍ରା ସମୟରେ ପଶୁବଳି ଦିଆଯାଉଥିବା ହେତୁ ସୁପ୍ରିମକୋର୍ଟ ଛତର ଯାତ୍ରା ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଚଳିତବର୍ଷ ଛତର ଯାତ୍ରାରେ ଦଶହଜାରରୁ ଅଧିକ ପଶୁଙ୍କୁ ବଳିଦିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁଲିସ ପଶୁବଳିକୁ ବନ୍ଦ କରିବାପାଇଁ ସଜାଗ ହୋଇ ବସିବା ସହିତ ସିସିଟିଭି ଫୁଟେଜକୁ ତନତନ କରି ନଜର ରଖିଥିଲା ପ୍ରଶାସନ, କିନ୍ତୁ ପ୍ରଶାସନର ସବୁ ନିୟମକୁ ଫୁ କରିଦେଇଛନ୍ତି ଭକ୍ତ । ହଜାର ହଜାର ସଂଖ୍ୟାରେ ବୋଦା, କୁକୁଡା ଆଦି ବଳି ଦେଇଛନ୍ତି । ଆଉ ଏହି ବଳିରେ ରକ୍ତରଞ୍ଜିତ ହୋଇଉଠିଛି ରାଜରାସ୍ତା । ଗୋଟିଏ ପଟେ ଭକ୍ତମାନେ ପଶୁବଳି ଦେଉଥିବା ବେଳେ ଅନ୍ୟ ପଟେ ଛତର ଉପରେ ପାରା ଉଡାଇ ଲୋକେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି।

ମହାଷ୍ଟମୀର ପାରମ୍ପରିକ ବାଜା ସଙ୍ଗକୁ ବିଭିନ୍ନ ସାଂସ୍କୃତିକ ଦଳର ପଟୁଆରରେ ଜେନାଖାଲକୁ ମାଁଙ୍କ ଛତର ଯାଇଥିଲା । ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ମାଆଙ୍କ ଛତରକୁ ସ୍ୱାଗତ କରି ନିଜେ ଛତରକୁ ବୋହି ମନ୍ଦିର ଭିତରକୁ ନେଇଥିଲେ । ବର୍ଷ ତମାମ ଏହି ମନ୍ଦିରର ଅନ୍ଧାର ଗର୍ଭଗୃହରେ ରହୁଥିବା ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମାଁଙ୍କର ଛତର ପ୍ରତିମା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୨୦ ହଜାରରୁ ଉର୍ଧ୍ୱ ଲୋକଙ୍କର ସମାଗମ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe