କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ଅଧ୍ୟକ୍ଷଙ୍କ ବୈଠକ

Advertisment
କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ଅଧ୍ୟକ୍ଷଙ୍କ ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଏକ ବୈଠକ ଭିଡ଼ିଓ କନଫେରେନ୍ସ ମାଧ୍ୟମ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ଚେୟାରମ୍ୟାନ ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ସ୍କୁଲ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ଯୋଗ ଦେଇଥିଲେ। କରୋନା ଯୋଗୁଁ ଘରୋଇ ସ୍କୁଲ ଗୁଡିକ ଆର୍ଥିକ ସମସ୍ୟା ମଧ୍ୟରେ ରହିଛି। ସ୍କୁଲ ଶିକ୍ଷକଙ୍କ ଦରମା, ଘରଭଡା, ଗାଡି କିସ୍ତି, ବିଦ୍ୟୁତ ଵିଲ ଆଦି ୬ ମାସ ହେଲା ଦିଆ ଯାଇପାରିନାହିଁ। ତଥାପି ଘରୋଇ ସ୍କୁଲ ଗୁଡିକ ପକ୍ଷରୁ ଅନଲାଇନ ଶିକ୍ଷାଦାନ ଜାରି ରହିଛି।

publive-image

କୋଭିଡ଼-୧୯ ଯୋଗୁଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବାରୁ ଅଭିଭାବକ ମାନେ ସ୍କୁଲ ଦେୟ ଦେବାକୁ ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ଯାହାଫଳରେ ଘରୋଇ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ପରିବାର ଏବେ ଦୁର୍ଦିନରେ କାଳକାଟିବା ସହ ପରିବାର ପ୍ରତିପୋଷଣ କିପରି କରିବେ ତାହାକୁ ନେଇ ଚିନ୍ତିତ । ପୂର୍ବରୁ ସ୍କୁଲ ଗୁଡିକରେ ୨୫ ପ୍ରତିଶତ ଆର୍ଥିକ ଦୁର୍ବଳ ଓ ଅନଗ୍ରସ ବର୍ଗର ଛାତ୍ର ଛାତ୍ରୀଙ୍କ ନାମ ଲେଖାଇଛନ୍ତି। ଆଜି ପର୍ଯ୍ୟନ୍ତ ଏ ବାବଦ ପ୍ରାପ୍ତ ସରକାରଙ୍କ ଠାରୁ ମିଳିନାହିଁ। ତୁରନ୍ତ ଏହି ଟଙ୍କା ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ କଳାହାଣ୍ଡି ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ସମସ୍ତ ସମସ୍ୟା ସମାଧାନ ହେବ ଯେବେ ଅଭିଭାବକମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ସହାନୁଭୂତି ଦର୍ଶାଇ ସ୍କୁଲ ଦେୟ ଦେବା ସହ ସରକାର ଘରୋଇ ବିଦ୍ୟାଳୟ ମାନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି । ସଭା ଶେଷରେ ସଂଘର ସମ୍ପାଦକ ଡ଼ଃ ଜାହାଙ୍ଗିର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe