ଗ୍ରାମରକ୍ଷୀମାନଙ୍କର ଦାବି ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ କଳାହାଣ୍ଡି ଜିଲ୍ଲା ଗ୍ରାମରକ୍ଷୀ ସଂଘ

ଗ୍ରାମରକ୍ଷୀମାନଙ୍କର ଦାବି ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ କଳାହାଣ୍ଡି ଜିଲ୍ଲା ଗ୍ରାମରକ୍ଷୀ ସଂଘ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗ୍ରାମରକ୍ଷୀ ସଂଘ ତରଫରୁ ଜିଲ୍ଲା ସଭାପତି ରାମେଶ୍ୱର କରଙ୍କ ନେତୃତ୍ୱରେ ଏକପ୍ରତିନିଧି ଦଳ ଭବାନୀପାଟଣା ଅମଲାଭବନଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ସାକ୍ଷାତ କରି ଗ୍ରାମରକ୍ଷୀମାନଙ୍କର ଦୀର୍ଘ ଦିନର ଦାବି ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ର ଗତ ୨୦୧୭ ମସିହା ଜୁଲାଇ ୨୧ ତାରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ରିଟ୍ ପିଟିସନ୍ ନଂ ୧୦୮୭୦/୨୦୧୨ ରେ ଦିଆଯାଇଥିବା ଆଦେଶ ଏବଂ ୨୦୧୫ ମସିହା ଏପ୍ରିଲ ୧୮ ତାରିଖରେ ଅତିରିକ୍ତ ଆରଖି ମହାନିରିକ୍ଷକଙ୍କ ପ୍ରସ୍ତାବ ଚିଠି ନଂ ୧୮୬୩୯ ଆଧାରରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଏହି ଦାବି କରାଯାଇଛି । ସେହିଭଳି ଗ୍ରାମରକ୍ଷୀ ମାନଙ୍କର ପୋଷାକ, ପେନ୍‌ସନ୍‌, ମୃତ୍ୟୁକାଳିନ କ୍ଷତିପୂରଣ, ପୁର୍ନବାସ, ଥଇଥାନ, ଗୃହ ଓ ଭୁମିହୀନ ଗ୍ରାମରକ୍ଷୀମାନଙ୍କୁ ଜମି ଓ ବାସଗୃହ ପ୍ରଦାନ ତଥା ଦୀର୍ଘଦିନରୁ ଦାବି ହେଉଥିବା ମାସିକ ଭତ୍ତାକୁ ୧୮୦୦ ଟଙ୍କାରୁ ୯୯୦୦ ଟଙ୍କା ବୃଦ୍ଧି କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି ।

ଏପରିକି ଆସନ୍ତା ଶୀତକାଳିନ ଅଧିବେସନରେ ଏ ସମ୍ବନ୍ଧରେ ଆଲୋଚନା କରି ଆବଶ୍ୟକ ମଞ୍ଜୁରି କରାଇବା ନିମନ୍ତେ ମଧ୍ୟ ଅନୁରୋଧ କରାଯାଇଛି । ଏହି ପ୍ରତିନିଧି ଦଳରେ ସଂଘର କର୍ମକର୍ତ୍ତା ଋଷିମଣୀ ବାଗ, ଧର୍ମୁଜୟ ବାଗ, ଦୁର୍ଗା ନାଏକ, ଗଣେଶ୍ୱର ବାଗ, ପରିକ୍ଷୀତ ନାଏକ, କୃଷ୍ଣଚନ୍ଦ୍ର ନିଆଲ ଓ ଅଭିମନ୍ୟୁ ଦୁର୍ଗା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe