Advertisment

କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତେଜିଲା

Advertisment
କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତେଜିଲା

youtube.com

ଭବାନୀପାଟଣା : କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦିନକୁ ଦିନ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତେଜିବାରେ ଲାଗିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲମାନେ ଜିଲ୍ଲାର ସମସ୍ତ କୋର୍ଟ ବର୍ଜନ କରିଥିବାବେଳେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଛନ୍ତି।

ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ କଳାହାଣ୍ଡି ହିଁ ପ୍ରକୃଷ୍ଟ ସ୍ଥାନ। ଆଜିର ଏହି ଧାରଣାରେ କଳାହାଣ୍ଡି ଓକିଲ ସଂଘ ସଭାପତି ଭବେନ୍ଦ୍ର କୁମାର ପଣ୍ଡା, ଉପସଭାପତି ଦିଲ୍ଲୀପ କୁମାର ପ୍ରହରାଜ, ସାଧାରଣ ସଂପାଦକ ଅଶ୍ବିନ କୁମାର ଦାସ, ସହ ସମ୍ପାଦକ ନିହାର ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ମହେଶ ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପାଢୀ, ଜିତୁ ପ୍ରସାଦ ନାଏକ, ଅଶ୍ବିନୀ ସାହୁ, ସୁଧୀର ପଣ୍ଡା, ସନ୍ତୋଷ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ହେମନ୍ତ ଚୌହାନ ସମେତ ବହୁ ଆଇନଜୀବୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe