କଳାହାଣ୍ଡି: ପୁଲସ ସୂଚନାଦାତା ସନ୍ଦେହରେ ପୁଣି ଜଣକୁ ହତ୍ୟା କଲେ ମାଓବାଦୀ

Representative Image Source: NDTV

ଲାଞ୍ଜିଗଡ଼: ରବିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ ବିଶ୍ୱନାଥପୁର ଥାନା ଅଧୀନ ଲାଞ୍ଜି ପଞ୍ଚାୟତ (ମୂଷାନାଳ) ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ପୁଲିସ ସୂଚନା ଦାତା ସନ୍ଦେହରେ ହତ୍ୟା କରିଛନ୍ତି।

ନିହତ ବ୍ୟକ୍ତିଙ୍କ ନାମ ଭୀମ ଦୋରା। ଚାରିଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଉଠାଇ ଆଣି ଗାଁ’ରୁ ଶହେ ମିଟର ଦୂର ଡୁକରିଗୁଡ଼ା ଠାରେ ଗୁଳି କରି ହତ୍ୟା କରିଛନ୍ତି।

ମୃତ ଭୀମଙ୍କ ପାଖରେ ପଡ଼ିଥିବା ପୋଷ୍ଟର୍‌ରୁ ଜଣାପଡ଼ିଛି ଯେ ସେମାନେ କଳାହାଣ୍ଡି ଡିଭିଜନ୍‌ର ସିପିଆଇ ମାଓବାଦୀ। ତାଙ୍କୁ ମାଓବାଦୀମାନେ ପୁଲିସ ସୂଚନାଦାତା ବୋଲି ଲେଖିଛନ୍ତି। ଏଥିରେ ଅନ୍ୟ ଅଞ୍ଚଳର ଅନ୍ୟ ପୁଲିସ ଇନ୍‌ଫର୍‌ମାନଙ୍କୁ ମଧ୍ୟ ସତର୍କ କରାଇ ଦିଆଯାଇଛି।।

ଗତକାଲି ମଧ୍ୟ ମାଓବାଦୀମାନେ ବିଜେପୁର ଥାନା ବୋରପଦର ଗାଁର ସାପ୍ତାହିକ ହାଟରେ ରାଜେନ୍ଦ୍ର ସାହୁ ନାମକ ଜଣେ ଠିକାଦାରଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ମାଓବାଦୀମାନଙ୍କ ଭିଆଇଥିବା ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe