କଳାହାଣ୍ଡି ମେଡିକାଲ କଲେଜ ଏବେ ‘ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ ଓ ହସ୍ପିଟାଲ’

Advertisment
କଳାହାଣ୍ଡି ମେଡିକାଲ କଲେଜ ଏବେ ‘ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ ଓ ହସ୍ପିଟାଲ’

ETV Bharat

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲର ନାମକରଣ କରାଯାଇଛି। ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝିଙ୍କ ନାମରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ କଳାହାଣ୍ଡି ମେଡିକାଲ କଲେଜରେ ୧୦୦ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ଜାତୀୟ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି)ଙ୍କଠାରୁ ଅନୁମତି ପତ୍ର ମିଳିଛି। ଏହି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ ପାଇଁ ୪୮୧.୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ଉଲ୍ଲେଖ ଯେ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ମେଡିକାଲ କଲେଜର ନାମକରଣ ପାଇଁ ଏକ କମିଟି ଗଠନ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ୫ଜଣ ସଦସ୍ୟ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, ଡିଏମ୍‌ଇଟି, ଅତିରିକ୍ତ ଡିଏମ୍‌ଇଟି ତଥା ଭବାନୀପାଟଣାସ୍ଥିତ ମେଡିକାଲ କଲେଜର ଭାରପ୍ରାପ୍ତ ଅଧିକାରୀ ଓ ବିଭାଗର ଲୋକସଂପର୍କ ଅଧିକାରୀ ଏହାର ସଦସ୍ୟ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe