ଲିଫ୍ଟରେ ଫସିଲେ କଳାହାଣ୍ଡି ସାଂସଦ

Advertisment
ଲିଫ୍ଟରେ ଫସିଲେ କଳାହାଣ୍ଡି ସାଂସଦ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶନିବାର ସକାଳେ ସାଂସଦ ବସନ୍ତ ପଣ୍ଡା ଯାଇଥିବା ବେଳେ ସେଠାରେ ଦୀର୍ଘ ୧୫ମିନିଟ୍ ପର୍ଯ୍ୟନ୍ତ ଲିଫ୍ଟରେ ଫସି ରହିଥିଲେ। ପରେ ଲିଫ୍ଟ କର୍ମଚାରୀ ସେଠାରେ ପହଞ୍ଚି ସାଂସଦଙ୍କୁ ବାହାରକୁ ଆଣିଥିଲେ। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାମତେ, ଆଜି ସକାଳେ ସାଂସଦ ଶ୍ରୀ ପଣ୍ଡା ଜଣେ ସମ୍ପର୍କୀୟ ରୋଗୀଙ୍କୁ ଦେଖା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଯାଇଥିଲେ। ଡାକ୍ତରଖାନାର ଲିଫ୍ଟ ସାହାଯ୍ୟରେ ରୋଗୀଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ଲିଫ୍ଟ ଅଚଳ ହେବା ଫଳରେ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫସିରହିଥିଲେ। ପରେ ଲିଫ୍ଟରୁ ସିଡିଏମ୍‌ଓ ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କୁ ଫୋନ୍‌ କରି ସମସ୍ୟା ଉପରେ ଜଣାଇଥିଲେ। ସିଡିଏମ୍‌ଓଙ୍କ ଠାରୁ ସୂଚନା ପାଇ ଲିଫ୍ଟ କର୍ମଚାରୀ ସେଠାକୁ ଯାଇ ସାଂସଦ ଶ୍ରୀ ପଣ୍ଡାଙ୍କୁ ବାହାରକୁ ଆଣିଥିଲେ। ଏହି ଘଟଣାକୁ ନେଇ ସାଂସଦ ଶ୍ରୀ ପଣ୍ଡା ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଏଡିଏମ୍‌ଓ ସୁଧୀର  ମିଶ୍ରଙ୍କୁ ପଚାରିବାରୁ ୮ଟି ଲିଫ୍ଟ ରହିଛି, କିଛି ଲିଫ୍ଟ ଅଚଳ ହେଇଛି। ତେବେ ସଂପୃକ୍ତ କମ୍ପାନିକୁ ଜଣାଇ ଦିଆଯାଇଛି। ମରାମତି ନକଲେ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe