ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ ଅର୍କକେଶରୀଙ୍କ ପତ୍ନୀ ମାଳବିକା : ଯଦି ସ୍ୱାମୀଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କୁ ଟିକେଟ୍ ଦେବା ପାଇଁ ଜଣାଇଲେ ଦାବି

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ ଅର୍କକେଶରୀଙ୍କ ପତ୍ନୀ ମାଳବିକା : ଯଦି ସ୍ୱାମୀଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କୁ ଟିକେଟ୍ ଦେବା ପାଇଁ ଜଣାଇଲେ ଦାବି

ଭୁବନେଶ୍ୱର : କଳାହାଣ୍ଡିରେ କାହାକୁ ମିଳିବ ବିଜେଡି ଟିକେଟ୍ । ଗୋଟିଏ ପଟେ ଦଳ ମହିଳା ପ୍ରାର୍ଥୀ ଖୋଜୁଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରେ ପହଁଚିଥିଲେ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେଓ । ଯଦି ସ୍ୱାମୀ ଅର୍କ କେଶରୀଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କୁ ଟିକେଟ୍ ଦେବା ପାଇଁ ଦାବି ଜଣାଇଥିଲେ ମାଳବିକା । ସେପଟେ କଳାହାଣ୍ଡି ଲୋକସଭା ଆସନ ପାଇଁ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାଲିକାରେ ରହିଛି କଳାହାଣ୍ଡି ଲୋକସଭା ଆସନ । ମାର୍ଚ୍ଚ ୧୮ରୁ ୨୫ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବାକୁ ଥିବାରୁ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି କସରତ। ୨୦୧୪ ନିର୍ବାଚନରେ ବିଜେଡିରୁ ରାଜାପୁଅ ଅର୍କ କେଶରୀ ଦେଓ ଜିତିଥିବା ବେଳେ ଏଥର କାହାକୁ ଟିକେଟ ମିଳିବ ସେ ନେଇ ଜୋରଦାର ହୋଇଛି ଲବି । ଏଥର ଏହି ଆସନରୁ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିବାରୁ ନବୀନ ନିବାସ ଆସି ଦଳ ସୁପ୍ରିମୋଙ୍କୁ ଭେଟିଛନ୍ତି ଅର୍କଙ୍କ ପତ୍ନୀ ତଥା ମାଳବିକା ଦେଓ । ନବୀନଙ୍କୁ ଭେଟି ଫେରିବା ପରେ ମାଳବିକା କହିଛନ୍ତି ଯଦି ଏଥର ଅର୍କଙ୍କ ବଦଳରେ ମହିଳାଙ୍କୁ ପ୍ରାର୍ଥୀ କରାଯାଏ, ତେବେ ସେ ଏହି ଆସନରୁ ଲଢ଼ିବାକୁ ଆଗ୍ରହୀ ।

ଏହି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ରହିିଛି ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ । ପୁଷ୍ପେନ୍ଦ୍ର ଧର୍ମଗଡ ବିଧାନସଭା ଆସନରୁ ଦୁଇ ଦୁଇଥର ବିଧାୟକ ହେବା ସହ ଜିଲ୍ଲାର ଭଲ ସଂଗଠକ ଭାବେ ଜଣାଶୁଣା । ତେବେ ଦଳ ଯାହା ନିଷ୍ପତି ନେବ ତାହା ସେ ଗ୍ରହଣ କରିବେ ବୋଲି କହିଛନ୍ତି ପୁଷ୍ପେନ୍ଦ୍ର । ବିଜେଡିରେ ବଦଳୁଥିବା ରାଜନୈତିକ ସମୀକରଣ ଅନୁଯାୟୀ ଏଥର କିଛି ପୁରୁଣା ମୁହଁ ଯିବେ ଓ ନୂଆ ଚେହେରା ଆସିବେ ମଇଦାନକୁ । ଏସବୁ ଚର୍ଚ୍ଚା ଭିତରେ କାହାର ଟିକେଟ କଟିବ ଆଉ କାହାକୁ ମିଳିବ ଟିକେଟ୍, ତାହା ସମସ୍ତଙ୍କ ଉକ୍ରଣ୍ଠା ବଢ଼ାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe