ବଜାଶାଲ ନୃତ୍ୟ ଦଳର ଦିଲ୍ଲୀ ଗସ୍ତ, ସଂସ୍କୃତି ମନ୍ତ୍ରୀ ଓ ଗୃହମନ୍ତ୍ରୀ ଶୁଭକାମନା ଜଣାଇଲେ

Advertisment
ବଜାଶାଲ ନୃତ୍ୟ ଦଳର ଦିଲ୍ଲୀ ଗସ୍ତ, ସଂସ୍କୃତି ମନ୍ତ୍ରୀ ଓ ଗୃହମନ୍ତ୍ରୀ ଶୁଭକାମନା ଜଣାଇଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ରବିବାର ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଭରଚୁଆଲ୍‌ ମିଟ୍‌ ଯୋଗେ ଶୁଭକାମନା ଜଣାଇଥିଲେ।

ସକାଳ ପ୍ରାୟ ସାଢ଼େ ୧୦ ଟାରେ ଭାରଚୁଆଲ୍‌ ମିଟ୍‌ ଯୋଗେ ଅତିଥିମାନେ ସାମିଲ୍‌ ଏହି ଦଳକୁ ଶଭକାମନା ଜଣାଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥଙ୍କ ଅଧ୍ୟକ୍ଷତାରେ ଭରଚୁଆଲ୍‌ ମିଟ୍‌ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାଶ ସାମିଲ ହୋଇଥିଲେ। ପୂର୍ବ ଭାରତର ୮ଟି ରାଜ୍ୟ ମଧ୍ୟରୁ ଗୋଟିଏ ମାତ୍ର ନୃତ୍ୟ ଦଳ ଭାବେ ବଜାଶାଲ ଜାତୀୟ ପ୍ୟାରେଡ୍‌ରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିବାରୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ।  ରାଜପଥରେ କଳାହାଣ୍ଡିର ବଜାଶାଲ ଧୁମ୍‌ ଦର୍ଶକଙ୍କୁ ବିମୋହିତ କରିବ ବୋଲି ଆଶା ପ୍ରକାଶ କରିଥିଲେ।

publive-image

ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଅଜୟ ମିଶ୍ର, ମହୁରୀର ସମ୍ପାଦକ ଭବାନୀ ଶଙ୍କର ନିଆଲ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦଳର ସଦସ୍ୟ ମାନେ କୋଭିଡ୍‌ ପରୀକ୍ଷା ରିପୋର୍ଟ ଆଣିବା ପରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କଳାକାରଙ୍କୁ କେସିଙ୍ଗା ରେଳ ଷ୍ଟେସନ୍‌ରେ ପହଞ୍ଚାଇବା ପାଇଁ ଗୋଟିଏ ବସର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe