ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ଭବାନୀପାଟଣା ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଲୋଚନ ଭୁଏଙ୍କୁ ନିଯୁକ୍ତି ଦିଆଯାଇଛି । ଭାଇସଚାନ୍ସଲର ପ୍ରଫେସର ଡ଼ଃ ଗୋବିନ୍ଦ.ଜେ ଚକ୍ରପାଣିଙ୍କ ନିର୍ଦେଶ ଅନୁଯାୟୀ ଭବାନୀପାଟଣା ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ ଅଧ୍ୟାପକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ସହକାରୀ ରେଜିଷ୍ଟ୍ରାର ଡୋଳାମଣି ଧରୁଆ, ମହାବିଦ୍ୟାଳୟ ବିକାଶ ପରିଷଦର ନିର୍ଦେଶିକା ଡ଼ଃ ଶିଲି ରାଉତ, ସହ ନିର୍ଦ୍ଦେଶକ ଡ଼ଃ ବିଜୟ କୁମାର ମଲ୍ଲିକ, ଛତ୍ରୀବାସ ୱାଡେନ ସରିତା ବାଗ, ଛାତ୍ରବାସ ୱାଡେନ ଅଖିଳ ନାୟକ, ପରୀକ୍ଷା ନିୟନ୍ତ୍ରକ ହିମାଂଶୁ ଶେଖର ଷଡ଼ଙ୍ଗୀ, ସହକାରୀ ପରୀକ୍ଷା ନିୟନ୍ତ୍ରକ ବିପିନ କୁମାର ବେହେରା, ଫାଇନାନ୍ସ କଣ୍ଟ୍ରୋଲର ମହେଶ୍ୱର ଦୁରିଆ, ସହକାରୀ ଫାଇନାନ୍ସ କଣ୍ଟ୍ରୋଲର ହଳଧର ସାହୁ, ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଅଧ୍ୟକ୍ଷ କ୍ୟାପଟେନ ଜୟଦେବ ସାହୁ, ସହ ଉପାଧ୍ୟକ୍ଷ ଖୁସବୁ ଅଗ୍ରୱାଲ, କ୍ୟାମ୍ପସ ଉନ୍ନୟନ ଅଧିକାରୀ ଡ଼ଃ ଏମ.କେ ମେହେର, ଇଣ୍ଟରନେଟ ଓ ୱେବସାଇଡ ଉନ୍ନୟନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ବେହେରା, ସହକାରୀ ଅଧ୍ୟକ୍ଷ ଏସ.କେ ସାହୁ, ପ୍ରେସ ଓ ସୂଚନା ଲୋକସମ୍ପର୍କ ନିର୍ଦେଶକ ସିଙ୍ଗା ମାରାଣ୍ଡି, ସହକାରୀ ନିର୍ଦେଶକ ଏସ ମଣ୍ଡଲୀ ଓ ଆଲୁମିନି ବ୍ୟାପର ଦାୟିତ୍ୱରେ ଡ଼ଃ ଚିତ ଖୁଣ୍ଟିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଭବାନୀପାଟଣା ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରାଧ୍ୟାପକ ଓ ଅଧ୍ୟାପକ ମାନଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବରେ ପଦ୍ମଲୋଚନ ଭୁଏ ନିଯୁକ୍ତ
Advertisment
Follow Us