କଳାହାଣ୍ଡି ଜିଲ୍ଲାର ୧୩ରୁ ୧୧ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

Advertisment
କଳାହାଣ୍ଡି ଜିଲ୍ଲାର ୧୩ରୁ ୧୧ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

ଭବାନୀପାଟଣା: ବିଜେଡି ଉପରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର କିଛି ପ୍ରଭାବ ପଡ଼ି ନଥିବା ଭଳି ପରିଲକ୍ଷିତ ହୋଇଛି। ଏହା ଜିଲ୍ଲା ପରିଷଦ ନିର୍ବାଚନ ଏଥରର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ୍ ଗଣତିରୁ ଜଣାପଡ଼ୁଛି। କଳାହାଣ୍ଡି ଜିଲ୍ଲାର ଟ୍ରେଣ୍ଡ ଅନୁଯାୟୀ, ଆଜି ଗଣତି ହେଉଥିବା ୧୩ଟି ମଧ୍ୟରୁ ୧୧ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ଥିବା ବେଳେ ଲେଖାଏଁ ଆସନରେ ଆଗୁଆ ରହିଛି ବିଜେପି ଓ କଂଗ୍ରେସ। ସବୁଠାରୁ ବଡ଼ କଥା ହେଲା ଯେ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଞ୍ଚଳରେ ଥିବା ଜିଲ୍ଲା ପରିଷଦ ଜୋନରେ ବି ବିଜେଡି ଆଗୁଆ ରହିଛି। ତେବେ କଲମପୁର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏହାଛଡ଼ା ଧର୍ମଗଡ଼-୧ ନଂ ଜୋନରେ ବିଜେପି ଆଗରେ ରହିଛି।
ସୂଚନାଯୋଗ୍ୟ, ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଟ୍ରେଣ୍ଡ ଅନୁଯାୟୀ, ୨୬୪ଟିରେ ବିଜେଡି, ୨୯ଟିରେ ବିଜେପି ଓ ୧୬ଟିରେ କଂଗ୍ରେସ ଆଗୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe