ଜାତୀୟ ପରେଡ଼ରେ ଭାଗ ନେବ କଳାହାଣ୍ଡିର ବଜାଶାଲ ନୃତ୍ୟ ଦଳ

Advertisment
ଜାତୀୟ ପରେଡ୍‌ରେ କଳାହାଣ୍ଡିର ବାଜାସାଲ୍‌

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ଼ରେ ଯୋଗ ଦେବା ପାଇଁ ମନୋନୀତ ହୋଇଛି। ଆସନ୍ତା ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀସ୍ଥିତ ରାଜପଥ ଜାତୀୟ ପରେଡ଼ରେ ବଜାଶାଲ ନୃତ୍ୟ ପରିବେଷଣ କରିବ। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ କୋଲକତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପୂର୍ବ ଭାରତର ଗୋଟିଏ ମାତ୍ର ନୃତ୍ୟ ଦଳ ଭାବରେ ଯୋଗଦେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚୂଡ଼ାନ୍ତ ହୋଇଛି।

ଆସନ୍ତା ୩ ତାରିଖରେ ପ୍ରତିଭା ଅନୁଷ୍ଠାନର ଗୁରୁ ଧ୍ୟାନାନନ୍ଦ ପଣ୍ଡା, ଚିଣ୍ଟୁ ପ୍ରସାଦ ନାଏକ ଓ ଦେବେଶ ସିଂହଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାର ୮୦ ଜଣ ବଜାଶାଲ ନୃତ୍ୟ କଳାକାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ରହି ରିହରସେଲ କରିବା ସହିତ ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ କରିବେ। ସମଗ୍ର ପୂର୍ବ ଭାରତର ଗୋଟିଏ ମାତ୍ର ଲୋକନୃତ୍ୟ ଦଳ ଭାବରେ ମନୋନୀତ ହୋଇଥିବାରୁ ଓଡ଼ିଶା ପାଇଁ ଏହା ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe