କଲରଙ୍ଗି ଖଣି ଖୋଲିବା ଦାବିରେ ଏଆଇସିସିଟିୟୁର ବିକ୍ଷୋଭ

Advertisment
କଲରଙ୍ଗି ଖଣି ଖୋଲିବା ଦାବିରେ ଏଆଇସିସିଟିୟୁର ବିକ୍ଷୋଭ

ଭୁବନେଶ୍ୱର: କଲରଙ୍ଗି ଖଣି ଶ୍ରମିକଙ୍କ ୬ ଦଫା ଦାବି ନେଇ ଆଜି ଅଲ ଇଣ୍ଡିଆ କାଉନସିଲ ଅଫ ସେଣ୍ଟ୍ରାଲ ଟ୍ରେଡ ୟୁନିୟନ୍‌ସ ବା ଏଆଇସିସିଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
କଳରଙ୍ଗି ଖଣିର ଶ୍ରମିକମାନେ ଗତ ୧୫ବର୍ଷ ଧରି ବେକାର ବସିଛନ୍ତି। ଖଣି ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରିକି ଜିଲ୍ଲା ଉନ୍ନୟନ ମିନେରାଲ ଫଣ୍ଡ୍‌ର କୌଣସି ସୁଯୋଗ ଶ୍ରମିକମାନଙ୍କୁ ମିଳୁନାହିଁ। ସୁକିନ୍ଦାସ୍ଥିତ କ୍ରୋମାଇଟ ଖଣି ଦ୍ୱାରା ପ୍ରଭାବିତ ଗ୍ରାମ ଗୁଡ଼ିକରେ କୌଣସି ପ୍ରକାର ବିକାଶ କାର୍ଯ୍ୟକ୍ରମ ହେଉନାହିଁ। ତେଣୁ କଲରଙ୍ଗି ଖଣିକୁ ତୁରନ୍ତ ଖୋଲି ରୋଜଗାର ହରାଇଥିବା ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଉ। ୧୫ବର୍ଷ ଧରି ବସି ରହିଥିବା ଶ୍ରମିକମାନଙ୍କୁ ପାରିଶ୍ରମିକ ଦେବାର ବ୍ୟବସ୍ଥା କରାଯାଉ।

ମୃତ ଶ୍ରମିକମାନଙ୍କର କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବା, ତୁରନ୍ତ ଇପିଏଫ୍‌ କରିଥିବା ଶ୍ରମିକଙ୍କୁ ପେନସନ ଦେବାର ବ୍ୟବସ୍ଥା କରାଯାଉ। ଗ୍ରାଚ୍ୟୁଇଟି ପାଇଁ ଦରଖାସ୍ତ କରି ଅପେକ୍ଷାରତ ଶ୍ରମିକମାନଙ୍କ ଗ୍ରାଚ୍ୟୁଇଟି ୧୫ଦିନ ମଧ୍ୟରେ ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସୁକିନ୍ତା ଅଞ୍ଚଳରେ କ୍ରୋମ ଖଣିରୁ ଲାଭ ଉଠାଉଥିବା କମ୍ପାନିମାନେ ସେମାନଙ୍କ ଲାଭର ଏକ ବଡ଼ ଅଂଶ ୫୦ କି.ମି ଅଞ୍ଚଳରେ ଗ୍ରାମାନଙ୍କରେ ବିକାଶ ପାଇଁ ଖର୍ଚ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି। ବିକ୍ଷୋଭରେ ଆବାହକ ମେହଶ୍ୱର ମହାନ୍ତି, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଚିତ୍ତରଂଜନ ପରିଡ଼ା, ହୃଷୀକେଶ ସାହୁ ଓ ମାଧବ ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe